ଟ୍ରକକୁ ପିଟିଲା ବୋଲେରୋ: ୪ ମୃତ, ୫ ଗୁରୁତର
23/03/2020 at 3:38 PM

ବାଲେଶ୍ୱର, ୨୩|୦୩: ପଶ୍ଚିମବଙ୍ଗ ନେକୁରଖଣୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ପ୍ରାଣ ହରାଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଜଳେଶ୍ୱର-ନେକୁରଖଣୀ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ସିମୁଳିଆ ଓ ଖଇରା ଅଞ୍ଚଳର ହୋଇଥିବା ଜଣାପଡିଛି।
Related Posts
ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ
22 April 2021