ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ

Published By : Prameya-News7 Bureau | March 08, 2020 IST

ଅନୁଗୋଳ, ୦୮|୦୩: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ପୁଣି ଏକ ସଡକ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବଅଁରପାଳ ବ୍ଲକ ସାନକେରଜେଙ୍ଗ ନିବାସୀ ବାବାଜୀ ଗୋଛାୟତ ଓ ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି।

ସୂଚନା ମୁତାବକ ବାବାଜୀ ତାଙ୍କ ସ୍ତ୍ରୀ ସହିତ ସକାଳ ପ୍ରାୟ ୯ଟା ସମୟରେ ନିଜ ସ୍କୁଟି (ଓଆର ୧୯ କେ ୦୫୪୯)ରେ ଅନୁଗୋଳର ୫୫ନଂ ଜାତୀୟ ରାଜପଥରେ ଯାଉଥିଲେ। ରାଜପଥରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଟ୍ରକ ସ୍ଥାନୀୟ ମାଉସୀ ମା' ମନ୍ଦିର ନିକଟରେ ସ୍ୱାମୀ, ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଦୁର୍ଘଟଣାକୁ କେନ୍ଦ୍ରକରି  ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.