Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାହାଘରରେ ବାଜା ବଜାଇବା ପାଇଁ ଯାଉଥିଲେ, ଅଧାବଟରେ ଘଟିଲା ଅଘଟଣ, ତାପରେ…

10/03/2021 at 7:11 PM

ଅନୁଗୁଳ,୧୦/୩: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟସ୍ଥ କୋଇଲା ଖଣି ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି । ଏଥିରେ ୧୫ ଜଣ ଆହାତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ନୂଆପଡ଼ା ଗ୍ରାମରୁ ଏକ ବରଯାତ୍ରୀ ଦଳ କଙ୍କରେଇ ଅଭିମୁଖେ ବାହାରିଥିଲା । ବାଜା ବଜାଇବା ପାଇଁ ଏକ ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବରଯାତ୍ରୀଙ୍କ ସହିତ ଯାଉଥିଲେ । ହେଲେ ଛେଣ୍ଡିପଦା-ଅନୁଗୁଳ ରାସ୍ତା ଦେଇ ଯାଉଥିବା ବେଳେ ଗଉଡୁଣୀ ନାଳ ବୁଲାଣିରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ି ରାସ୍ତା କଡ଼କୁ ଓଲଟି ପଡିଥିଲା ।

ଫଳରେ ୧୫ରୁ ଅଧିକ ବାଜାବାଲା ଆହତ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲରେ ଭର୍ତ୍ତୀ କରିଥିଲେ । ସମସ୍ତ ଆହତ ବାରମଞ୍ଚା ଗ୍ରାମର ବୋଲି ଜଣାପଡିଛି । ଗୁରୁତର ଆହତଙ୍କୁ ଅନୁଗୁଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

   Related Posts