ବାଇକକୁ ଧକ୍କା ଦେଲା ଅଜଣା ଗାଡି, ୨ ଗୁରୁତର
1/03/2021 at 8:27 AM

ଆଠମଲ୍ଲିକ,୦୧/୦୩: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାନେଜେର ଡ୍ୟାମ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ୱୟ ହେଲେ କୁନା ରଞ୍ଜନ ଓ ସଞ୍ଜୟ ପ୍ରଧାନ । ଉଭୟ ଏକ ବାଇକ ଯୋଗେ ମାଧପୁର ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ମାନେଜେର ଡ୍ୟାମ ନିକଟରେ ଏକ ଅଜଣା ଗାଡି ସମ୍ନାରୁ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲେ । ଅଜଣା ଗାଡି ଧକ୍କାରରେ ଉଭୟ ଗୁରୁତର ହୋଇ ପଡିଥିବା ଖବର ପାଇ ସ୍ଥାନୀୟ ଲୋକେ ୧୦୮କୁ ଖବର ଦେଇଥିଲେ । ପରେ ଉଭୟଙ୍କୁ ୧୦୮ରେ ଆଠମଲ୍ଲିକ ହସ୍ପିଟାଲକୁ ଆଣାଯାଇଥିଲା । କୁନା ରଞ୍ଜନଙ୍କ ଅଵସ୍ଥା ଖରାପ ଥିବାରୁ ତାକୁ ଅନୁଗୁଳ ମେଡିକାଲ ପଠାଯାଇଛି । ସଞ୍ଜୟ ପ୍ରଧାନଙ୍କ ଅଵସ୍ଥା ମଧ୍ୟ ଗୁରୁତର ଅଛି । ସଞ୍ଜୟଙ୍କ ବାମ ଗୋଡ ଓ ବାମ ହାତ ସପୁର୍ଣ୍ଣ ଭାଙ୍ଗି ଯାଇଛି । ମୁଣ୍ଡ ରେ ଆଘାତ ଲାଗିଛି ।
ତେବେ ଆଠମଲ୍ଲିକ-ବୌଦ୍ଧ ରାସ୍ତା ଓ ଆଠମଲ୍ଲିକ -ଅନୁଗୋଳ ରାସ୍ତାରେ ରାତ୍ରି ସମୟରେ ଗାଡି ଗୁଡିକର ବେଗ ବହୁତ ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହି ସମୟରେ ଆଠମଲ୍ଲିକ ପୋଲିସ ତରଫରୁ ପାଟ୍ରୋଲିଂ ଯଦି କରାଯାଆନ୍ତ ତେବେ ବହୁ ଦୁର୍ଘଟଣାରୁ ବାଇକ ଚାଳକ ମାନେ ବର୍ତ୍ତିଯାଆନ୍ତେ ।