ପରସ୍ପରକୁ ଧକ୍କା ଦେଲେ ୩ ବାଇକ୍, ୨ ମୃତ
15/09/2020 at 3:19 PM

ମାଲକାନଗିରି, ୧୫|୦୯ : ମାଲକାନଗିରି ଜିଲ୍ଲା ମାର୍କାପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ।
ସୋମବାର ଅପରାହ୍ନରେ ମାଲକାନଗିରିର ମାର୍କାପାଲିରେ ୩ଟି ବାଇକ୍ ପରସ୍ପରକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୨ଜଣ ଆରୋହୀ ପ୍ରାଣ ହରାଇଥିଲେ । ସେହିପରି ଆଉ ୪ଜଣ ଗୁରୁତର ହୋଇଛନ୍ତି ।
ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଆହତଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021