ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | September 12, 2020 IST

ବ୍ରହ୍ନପୁର, ୧୨|୦୯ :  ଟ୍ରକ୍ ଧକ୍କାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରଜଣଙ୍କ ବ୍ରହ୍ମପୁର ସହରର ଡିପଲ ସ୍କୁଲରେ ପଢୁଥିଲେ ।

ସୂଚନାନୁସାରେ, ଦଶମ ଶ୍ରେଣୀର ଛାତ୍ର ହରିଶଙ୍କର ପଣ୍ଡା ଓ ତାଙ୍କ ସହପାଠୀ ସ୍ପନ୍ଦନ ହାସ ସମ୍ପର୍କୀୟଙ୍କ ଗାଡି ଧରି ଛତ୍ରପୁର  ଯାଇଥିଲେ । ତେବେ ଛତ୍ରପୁର ଜାତୀୟ ରାଜପଥରେ ସେମାନଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲେ । ଏଥିରେ ହରିଶଙ୍କର ପ୍ରାଣ ହରାଇଥିବା ବେଳେ ସ୍ପନ୍ଦନ ଦାସ ଆହତ ହୋଇଛନ୍ତି । ହରିଶଙ୍କର ହେଲମେଟ୍ ପିନ୍ଧିଥିଲେ ମଧ୍ୟ ତାଙ୍କ ମୁଣ୍ଡ ଟ୍ରକ୍ ଚକା ତଳେ ରହି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.