Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୪୫ବର୍ଷ ବୟସରେ ୨୫ବର୍ଷ ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହି ଜିନିଷ

28/09/2019 at 5:55 PM

ଅଠା ଗଛରୁ ନିର୍ଗତ ହେଉଥିବା ଏକ ଏପରି ପଦାର୍ଥ ଅଟେ ଯାହା କୋଶିକାର ଭିତ୍ତିର ସେଲ୍ୟୁଲୋଜର ବିଘଟନ ଯୋଗୁଁ ହୋଇଥାଏ।  ଶୁଖିଲା ଅବସ୍ଥାରେ ଏହା ଦାନା ଅବସ୍ଥାରେ ଦେଖିବାକୁ ମିଳିଥାଏ। କିନ୍ତୁ ପାଣିରେ ପକାଇବା ଦ୍ବାରା ଏହା ଫୁଲି ଚିପଚିପା ହୋଇଯାଇଥାଏ। ଏହାକୁ କାଗଜ ଏବଂ ବିଭିନ୍ନ ପଦାର୍ଥକୁ ଯୋଡ଼ିବାରେ ବ୍ୟବହୃତ କରାଯାଇଥାଏ।

ବାବୁଲ,ଆମ୍ବ ଏବଂ ନିମ୍ବ ଗଛରୁ ମଧ୍ୟ ଅଠା ନିର୍ଗତ ହୋଇଥାଏ। ଏହାକୁ ଆମେ ଔଷଧ ଏବଂ ବିଭିନ୍ନ ଉଦ୍ୟୋଗ ବ୍ୟବସାୟରେ ବ୍ୟବହାର କରିଥାଉ।

ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ସବୁ ଲୋକଙ୍କ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପୂରାପୂରି ବଦଳି ସାରିଲାଣି। ଆଜିକାଲି ଲୋକେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ପରିବର୍ତେ ସ୍ବାଦିଷ୍ଟ ଜିନିଷ ଖାଇବାକୁ ଅଧିକ ଭଲ ପାଉଛନ୍ତି। ଫଳରେ ଶରୀରକୁ ପୋଷକ ତତ୍ତ୍ବ ମିଳିପାରୁ ନାହିଁ। ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗୁଛି। ଏହା ସହିତ ଦୂଷିତ ପରିବେଶ ଯୋଗୁଁ ତ୍ବଚା ମଧ୍ୟ ପ୍ରାକୃତିକ ଚମକ ହରାଇ ବସିଲାଣି। ଯେଉଁଥିପାଇଁ ଲୋକେ ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଅଗ୍ରସର ହେଉଛନ୍ତି।

ସେଥିପାଇଁ ଆମକୁ ନିଜ ଖାଦ୍ୟରେ ଏକ ଏପରି ଜିନିଷ ସାମିଲ କରିବାର ଆବଶ୍ୟକତା ରହିଛି ଯାହା ଦ୍ବାରା ଆମକୁ ପୋଷକ ତତ୍ତ୍ବ ମିଳିପାରିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ

 ଏହି ଜିନିଷଟି ହେଉଛି ବାବୁଲ ଗଛର ଅଠା। ବାବୁଲ ଗଛର ଗଣ୍ଡିକୁ ଚିରିବା ଫଳରେ ଯେଉଁ ରସ ନିର୍ଗତ ହୋଇଥାଏ, ଏହା ଶୁଖିଲେ କଠିନ ଏବଂ ମାଟିଆ ହୋଇଯାଇଥାଏ,ଏହାକୁ ଅଠା କୁହାଯାଏ।

ଏହି ଅଠାରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଥାଏ। ଏହା ସେବନ କରିବା ଦ୍ବାରା ଆମ ହାଡ଼ ମଜବୁତ ହୋଇଥାଏ। ଏହା ମାଂସପେଶୀ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ତ୍ବଚାରେ ଚମକ ଆସିଥାଏ। ଏହା ସହିତ ଏହା ରକ୍ତକୁ ଶୁଦ୍ଧ କରିଥାଏ। ଫଳରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

ବାବୁଲ ଗଛର ଅଠାକୁ କ୍ଷୀର ସହ ପିଇଲେ ଶରୀରରେ ଶକ୍ତିର ସଞ୍ଚାର ହୋଇଥାଏ। ବାବୁଲ ଗଛର ଅଠାକୁ ମୁହଁରେ ରଖି ଶୋଷିଲେ କାଶ ଠିକ୍ ହୋଇ ଯାଇଥାଏ। ବାବୁଲର ଅଠା,ଛାଲ ଏବଂ ଫଳକୁ ସମାନ ମାତ୍ରାରେ ସେବନ କଲେ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ।



   Related Posts