ପ୍ରଧାନମନ୍ତ୍ରୀଙ୍କୁ ୨୦୦ ଶିକ୍ଷାବିଦ୍‌ଙ୍କ ପତ୍ର, ଜାଣନ୍ତୁ ଶିକ୍ଷାନୁଷ୍ଠାନମାନଙ୍କ ପରିବେଶ ନେଇ ମୋଦିଙ୍କୁ ଲେଖିଛନ୍ତି କ’ଣ

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ ୧୨।୧ : ଦେଶର ୨ଶହରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌ମାନେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ରଲେଖିଛନ୍ତି। ଏଥିରେ ସେମାନେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଥିବା ବେଳେ ଏଥିଲାଗି ଦାୟୀ ତତ୍ୱ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏହି ତତ୍ୱମାନେ ଦେଶର ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ ଆଡକୁ ନେଇଯାଉଥିବା ନେଇ ପ୍ରଧାମନ୍ତ୍ରୀଙ୍କୁ ସତର୍କ ମଧ୍ୟ କରାଇଛନ୍ତି।

{"id":210384,"sizeSlug":"large"}

ପତ୍ରରେ ଦେଶର ଶିକ୍ଷଣ ପରିବେଶକୁ ଲେଫ୍ଟ ୱିଂଗ ଧ୍ୱଂସ କରୁଥିବା ଶିକ୍ଷାବିତ୍‌ମାନେ ସିଧାଶଳଖ ଅଭିଯୋଗ କରିଛନ୍ତି। ସମାନଙ୍କ ଗତିବିଧି ଶିକ୍ଷାନୁଷ୍ଠାନମାନଙ୍କରେ ପାଠପଢା ବ୍ୟହତ କରୁଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରେ ଉଚ୍ଚଶିକ୍ଷା ଲାଗି ଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷା ପରିବେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସୂଚିତ କରିଛନ୍ତି। ଏହି ବାମପନ୍ଥୀ ଗୋଷ୍ଠୀମାନେ ସ୍ୱଲ୍ପ ବୟୟସର ଛାତ୍ରଛାତ୍ରୀଙ୍କ ବିଚାରକୁ ପ୍ରଭାବିତ କରୁଥିବା ବେଳେ ସେମାନେ ପାଠପଢାରେ ଧ୍ୟାନ ଦେଇପାରୁନଥିବା ଜଣାଇଛନ୍ତି।

{"id":210385,"sizeSlug":"large"}

‘ଲେଫ୍ଟ ୱିଂଗ ଅରାଜକତା ବିରୋଧରେ ବୟାନ’ ଶିର୍ଷକ ଏହି ପତ୍ରରେ ଦେଶର ମୋଦ ୨୦୮ ଜଣ ଆକାଡେମିକ ବିଦ୍ୱାନ ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଶନିବାର ଏହି ପତ୍ର ପ୍ରଦାନ କରାଯାଇଛି। ପ୍ରଧାମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ରରେ ଦେଶର ଶିକ୍ଷଣାନୁଷ୍ଠାନମାନଙ୍କରେ ବଦଳୁଥିବା ପରିବେଶ ସମ୍ପର୍କରେ ନିଜର ଉଦବେଗ ଜଣାଇବାକୁ ଚାହୁଁଥିବା ସୂଚିତ କରିଛନ୍ତି। ଏଥିରେ ଛାତ୍ର ରାଜନୀତି ନାମରେ ସେମାନେ ଅତିବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଶିକ୍ଷାବିତ୍‌ମାନେ ଉଦବେଗ ପ୍ରକାଶ କରିଛନ୍ତି। ସେହିପରି ବିଚାରଧାରା ନାମରେ ସମାଜ ଓ ବ୍ୟକ୍ତିସ୍ୱତନ୍ତ୍ରତା ବିରୋଦରେ ଅସହିଷ୍ଣୁତା ଉଦ୍ରେକ କରାଯାଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.