ABVPର ଆକ୍ରୋଶ ରାଲି : ମହିଳା ସୁରକ୍ଷା ଓ ସମ୍ମାନ ଦାବିରେ କଲେ ପ୍ରତିବାଦ
7/12/2019 at 3:58 PM

ଭୁବନେଶ୍ବର ୭/୧୨: ମହିଳା ସୁରକ୍ଷା ଓ ସମ୍ମାନ ଦାବିରେ ଏବିଭିପିର ଆକ୍ରୋଶ ରାଲି । ଦେଶ ଓ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୋଧରେ ଏବିଭିପିର ଶହ ଶହ ଛାତ୍ରଛାତ୍ରୀ ଭୁନେଶ୍ବରରେ ପ୍ରତିବାଦ ସଭା କରିଛନ୍ତି ।

ମାଷ୍ଟରକ୍ୟାଣ୍ଟିନରୁ ରାଲି ବାହାରି ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଛାତ୍ରଛାତ୍ରୀ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଛି ପୋଲିସ ।

Related Posts
ଆହତ ଅବସ୍ଥାରେ ଝିଙ୍କ ଉଦ୍ଧାର, ଓୟୁଏଟିରେ ଚାଲିଛି ଚିକିତ୍ସା
8 March 2021
ବିଭିନ୍ନ ମାମଲାରେ ୪ ଜଣ ଓ୍ଵାରେଣ୍ଟି ଗିରଫ
8 March 2021
ଗାଁ ଛକରେ ବୁଲିଲା ଖଣ୍ଡା: ବାପା ମୃତ, ପୁଅ ଗୁରୁତର
8 March 2021