ବାଣପୁର ମେଡିକାଲରେ ସ୍ବାସ୍ଥ୍ୟସେବା ବାଟବଣା, ଏବିଭିପିର ଆନ୍ଦୋଳନ

Published By : Prameya-News7 Bureau | November 28, 2019 IST

ଟାଙ୍ଗି ୨୮।୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲରେ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଆବଶ୍ୟକୀୟ ସଂଖ୍ୟକ ଡାକ୍ତର-ନର୍ସ ନାହାନ୍ତି, ୧୦୮ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ  । ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟ ଦେଖିବାକୁ ମିଳିଛୁ ମେଡିକାଲରେ । ଏଭଳି ବାଣପୁର ମେଡିକାଲର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ବାଲୁଗାଁ-ବାଣପୁର ଏବିଭିପି। ଶହ-ଶହ କର୍ମ-କର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ସାଇକେଲ ରାଲି କରି ଜନ-ସମର୍ଥନ ଯୋଗାଡ କରି ବାଣପୁର ମେଡିକାଲ ଆଗରେ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

{"id":191033,"sizeSlug":"large"}

ସମସ୍ୟା ବହୁଳ ଥିବା ବାଣପୁର ମେଡିକଲରେ କିଭଳି ରୋଗୀ ଉପଯୁକ୍ତ ସେବା ପାଇପାରିବେ ସେନେଇ ଦାବିପତ୍ର ବିଭାଗୀୟ ଅଧିକାରୀ ଏବଂ ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ମଧ୍ୟ ଦିଆଯାଇଛି । ଦେଶ ସ୍ଵାଧିନ ହେବା ପୂର୍ବରୁ ଅବସ୍ଥାନ କରିଥିବା ବାଣପୁର ମେଡିକାଲ ଏବେ ବହୁ ସମସ୍ୟା ଦେଇ ଗତି କରୁଛି ।

{"id":191034,"sizeSlug":"large"}

ପ୍ରତ୍ୟେକ ଦିନ ବାଣପୁର ମେଡିକାଲକୁ ଶହ-ଶହ ରୋଗୀ ବିଭିନ୍ନ ବିଭାଗର ଚିକିତ୍ସା ପାଇଁ ଆସୁଥିବା ବେଳେ ଜଣେ ଡାକ୍ତର ହିଁ ସବୁ ରୋଗୀଙ୍କୁ ସେବା ଯୋଗାଉଛନ୍ତି । ବାଣପୁର ମେଡିକାଲ ଉପରେ ଆଖ-ପାଖ ଅଞ୍ଚଳର ୮ଟି ଗାଁ-ଲୋକେ ନିର୍ଭର କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.