Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ସହ ଦୁର୍ବ୍ୟବହାର, ଗିରଫ ହେଲେ ପୋଲିସ ଆଇଜି, ଏଫଆଇଆର ରୁଜୁ

22/08/2020 at 4:40 PM

ଚଣ୍ଡିଗଡ ୨୨।୦୮: ହରିୟାଣା ପୋଲିସ୍‌ ବଳପୂର୍ବକ ଘରେ ପଶି ଦୁଇ ଜଣ ମହିଳାଙ୍କ ସହ ଅଭଦ୍ରାମୀ କରିବା ମାମଲାରେ ନିଜର ଜଣେ ମହାନୀରିକ୍ଷକ(ଆଇଜି) ବିରୋଧରେ କେସ୍ ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଅଭିଯୋଗ କ୍ରମେ ଆଇଜିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁଯାୟୀ, ହରିୟାଣା ପୋଲିସର ମହାନୀରିକ୍ଷକ(ଆଇଜି) ହେମନ୍ତ କଲସନ ଶୁକ୍ରବାର ରାତିରେ ପଞ୍ଚକୁଲାର ପିଞ୍ଜୋରା ଅଞ୍ଚଳରେ ଏକ ଘରେ ବଳପୂର୍ବକ ପଶି ଦୁଇ ଜଣ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ଆଇଜିଙ୍କୁ ଗିରଫ କରାଯାଇଛି। ପଞ୍ଚକୁଲାରେ ଆଇଜି ଗୃଜରକ୍ଷୀପଦରେ କାର୍ଯ୍ୟରତ ୫୫ ବର୍ଷୀୟ ହେମନ୍ତ କଲସନଙ୍କ ବିବାଦ ସହିତ ପୁରୁଣା ସଂପର୍କ ରହିଛି।

ଏହା ପୂର୍ବରୁ ମଧ୍ୟ କଲସନ ଜୁଲାଇ ୨୭ରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଆଧାରରେ ଅଗଷ୍ଟ ୨ରେ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୯ ଆଧାରରେ ମାମଲା ରୁଜୁ ହୋଇଥିଲା। ୨୦୧୯  ଏପ୍ରିଲରେ ତାମିଲନାଡୁରେ ନିର୍ବାଚନ ଡ୍ୟୁଟି ସମୟରେ ଫାଙ୍କା ଗୁଳି ଚଳାଇବା ଅପରାଧରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।

   Related Posts