କୋଭିଡ୍‌ କେୟାର ସେଣ୍ଟରରେ ନାବାଳିକାଙ୍କୁ ଅସଦାଚରଣ: ୨ ଗିରଫ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ୨୪/୭:  କୋଭିଡ୍‌ କେୟାର ସେଣ୍ଟର ବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ୧୪ ବର୍ଷର ଝିଅ ସହ ଅସଦାଚରଣ। କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଏହି ନାବାଳିକାଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହି କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଜଣେ କରୋନା ପଜିଟିଭ୍‌ ତାଙ୍କ ସହ ଅସଦାଚରଣ କରିଥିଲେ। ଦକ୍ଷିଣ ଦିଲ୍ଲୀ ସହରରେ ଥିବା କୋଭିଡ୍‌ କେୟାର ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଏହି ଘଟଣାରେ ଦିଲ୍ଲୀ ପୋଲିସ୍ ପକ୍ସୋ ଆକ୍ଟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଏଭଳି ଘୃଣ୍ୟକାମରେ ଅଭିଯୁକ୍ତକୁ ସାହାଯ୍ୟ କରିଥିଲେ।ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର  କରାଯାଇଛି। ଦିଲ୍ଲୀ ପୋଲିସ୍‌ର ସୂଚନା ମୁତାବକ, ଦିଲ୍ଲୀ ସହରରେ ନାବାଳିକା ପୀଡିତା ରହନ୍ତି।

 ଏହି ଘଟଣାରେ ସ୍ଥାନୀୟ ଅନ୍ୟ କୋଭିଡ୍‌ କେୟାର ସେଣ୍ଟରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜଧାନୀ ଦିଲ୍ଳୀରେ କରୋନା ଭାଇରସ୍‌ଙ୍କୁ ସଂଖ୍ୟା ୨୬ ହଜାର ୩୨୨ ରେ ପହଁଞ୍ଚିଛି। ସେମାନଙ୍କ ମଧ୍ୟରୁ ୩ ହଜାର ୭୧୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହା ବ୍ୟତୀତ ୭ ହଜାର ୬୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.