ଆବୁଧାବିର କ୍ରାଉନ ପ୍ରିନ୍ସଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରିଥିଲେ ଏହି ଶିଶୁ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ…
4/12/2019 at 8:40 AM

ଆବୁଧାବି ୦୪। ୧୨: ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନା ଜାୟଦ ଅଲ୍ ନାହାୟାନଙ୍କ ଏକି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ କୁନି ଝିଅ ପ୍ରିନ୍ସକୁ ହାତ ମିଳାଇବାକୁ ଚେଷ୍ଟା କରିଥିଲେ , କିନ୍ତୁ ଝିଅ ଅସଫଳ ରହିଥିଲା । ପରେ ସେହି କୁନି ଝିଅର ଘରକୁ ଯାଇ ତା ସହିତ ହାତ ମିଳାଇବା ସହ ଫଟୋ ମଧ୍ୟ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆବୁଧାବି ପ୍ରିନ୍ସ କ୍ରାଉନ ଶେଖ ମହମ୍ମଦ ବିନ ଜାୟେଦ ଅଲ୍ ନାହ୍ୟାଙ୍କୁ ହାତ ହଲାଇ ସ୍ବାଗତ କରୁଥିଲେ କୁନି ପିଲାମାନେ। ତେବେ ଜଣେ ଛୋଟ ଝିଅ ଖାସ୍ ହ୍ୟାଣ୍ଡସେକ୍ କରିବା ଲାଗି ନିଜ ଧାଡ଼ି ଛାଡ଼ି ଆରପଟକୁ ଚାଲିଯାଇଥିଲା। ପ୍ରିନ୍ସ କ୍ରାଉନ ଆଗକୁ ବଢୁଛନ୍ତି ଆଉ ପିଲାଟି ନିଜ ହାତ ବଢ଼ାଇ ଅପେକ୍ଷା କରିଛି। କିନ୍ତୁ ଅପେକ୍ଷା ଅପେକ୍ଷାରେ ରହିଗଲା। ଏମିତି ହେଲା ଯେ ପ୍ରିନ୍ସ କ୍ରାଉନ ପିଲାଟିକୁ ନଜର ଆନ୍ଦାଜ କରି ଚାଲିଯାଉଛନ୍ତି। ଏତିକି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।

ଆଉ ଛୋଟ ଝିଅଟିକୁ ନଜର ଦେଇପାରିନଥିବାରୁ ଭୁଲ ବୁଝିପାରିଲେ ପ୍ରିନ୍ସ କ୍ରାଉନ। ପରେ ସେ କୁନି ଝିଅ ଆଇସା ମହମ୍ମଦ ମସୀତ ଅଲ ମାରଜୱିର ଘରେ ହଠାତ ପହଞ୍ଚିଥିଲେ । କୁନି ପିଲାଟିକୁ ଗେଲ କରି ସେ ତା ସହିତ ଖୁବ ଖୁସି ବାଣ୍ଟିଥିଲେ। ପିଲାଟି ବି ପ୍ରିନ୍ସ କ୍ରାଉନଙ୍କୁ ପାଖରେ ଦେଖି ଖୁସିରେ ଗଦ ଗଦ ହୋଇଯାଇଥିଲା। ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସମସ୍ତେ କହିଥିଲେ ବେଳେ ବେଳେ ଛୋଟ ଛୋଟ ଦୁଃଖ ଏକ ବଡ଼ ଖୁସିକୁ ସ୍ବାଗତ କରିଥାଏ।