Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଓସମା ଷ୍ଟାଇଲ୍‌ରେ ମଲା ଆତଙ୍କବାଦର ମହା ରାକ୍ଷସ ଅବୁ ବକର ଅଲ ବାଗଦାଦି!ଆଇଏସ୍‌ଆଇଏସ୍‌ର ମୁଖ୍ୟଥିଲା

27/10/2019 at 4:54 PM

ନ୍ୟୁୟର୍କ – ଆଇଏସ୍‌ଆଇଏସ୍‌ର ପ୍ରମୁଖ ଅବୁ ବକର ଅଲ-ବାଗଦାଦି ମୃତ ବୋଲି ଆମେରିକା ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶନିବାରରେ ସିରିୟାର ପଶ୍ଚିମରେ ଆମେରିକାର ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନ୍‌ରେ ଅବୁ ବକର ଅଲ-ବାଗଦାଦି ନିହତ ହୋଇଥିବା ସୂଚନା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି କିଛି ବଡ ଘଟଣା ଘଟିଛି ବୋଲି ଟ୍ୱିଟ୍‌ କରିଛନ୍ତି ।

ଟ୍ରମ୍ପ ଏ ବିଷୟରେ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ତ ରାଷ୍ଟ୍ରୀୟ ମିଡିଆ ରିପୋର୍ଟ ଅନୁସାରେ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦି ଆମେରିକା ସେନା ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଅପରେସନ୍‌ରେ ନିହତ ହୋଇଛି । ରବିବାର ରାତି ୯ଟା ସୁଦ୍ଧା ଏ ବିଷୟରେ ଟ୍ରମ୍ପ ଘୋଷଣା କରିପାରନ୍ତି ।

ଆମେରିକାର ହେଲିକପ୍ଟର ସିରିଆର ଲଡଲିବ ଅଞ୍ଚଳରେ ୟୁଏସ୍‌ ନାଭି ସିଲ୍‌ର କମାଣ୍ଡୋମାନଙ୍କ ଓହ୍ଲାଇଥିଲା. ଏହାପରେ ଲଡଲିବର ବରିଶା ଅଞ୍ଚଳରେ ଥିବା ଏକ ଘରକୁ ଏମାନେ ନିସାନା କରିଥିଲେ । ଏଥିରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ଛୋଟ ପିଲା ୨ ଜଣ ମହିଳାଙ୍କ ସମେତ ଆଇଏସ୍‌ଆଇଏସ୍‌ର ଟପ୍‌ କ୍ୟାଡର ଆତଙ୍କବାଦୀ ଅବୁ ୟମନ ର ମୃତ୍ୟୁ ହୋଇଛି । ପରେ ସେଠାରେ ଏକ ମିନିବସ୍‌ ନଷ୍ଟ ହୋଇଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।


୨୦୧୭ ମସିହା ଜୁନ୍‌ ୧୧ ତାରିଖରେ ଅବୁ ବକର ଅଲ-ବାଗଦାଦି ନିହତ ହୋଇଥିବା କଥା ଖବର ପ୍ରଚାରିତ ହୋଇଥିଲା । ସିରିଆର ସରକାରୀ ଟେଲିଭିଜନ୍‌ ମଧ୍ୟ ଏହାକୁ ସତ ବୋଲି ପ୍ରସାରଣ କରିଥିଲା । ମାତ୍ର ଏହା ପରେ ଋଷ୍‌ ଅବୁ ବକର ଅଲ-ବାଗଦାଦିକୁ ଖତମ କରିଥିବା କଥା ପ୍ରସାରିତ କରିଥିଲା । ସାରା ବିଶ୍ୱ ଏହି ଖବରକୁ ବିଶ୍ୱାସ କରିଥିଲା ।
ମାତ୍ର ୨୦୧୮ ମସିହା ଅଗଷ୍ଟ ୨୨ ତାରିଖରେ ସେ ଜୀବିତ ଥିବା କଥା ସାମ୍ନାକୁ ଆସିଥିଲା । ସେ ଏକ ଅଡିଓ ଟେପ୍‌ ଜାରି କରିଥିଲା । ଏଥିରେ ଆଇଏସ୍‌ଆଇଏସ୍‌ ସଙ୍ଗଠନକୁ ପୁଣି ଏକ୍‌ଜୁଟ୍‌ ହେବା ପାଇଁ ସନ୍ଦେଶ ଦିଆଯାଇଥିଲା ।

୨୦୧୪ ମସିହାରେ ଅବୁ ବକର ଅଲ-ବାଗଦାଦି ଆଇଏସ୍‌ଆଇଏସ୍‌ର ପ୍ରମୁଖ ଭାବେ ପରିଚିତ ହୋଇଥିଲା । ଏହାପରେ ଅନେକ ଥର ବାଗଦାଦି ନିହତ ହୋଇଥିବା କଥା ସାମ୍ନାକୁ ଆସିଛି । ମାତ୍ର ସେ ସବୁଥକର ବର୍ତ୍ତିଯାଇଥିବା ଜଣା ପଡିଥିଲା । ୨୦୧୭ ମସିହା ପରଠାରୁ ସେ ଏକ ପ୍ରତାର ଭୂତଳଗାମୀ ବା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । ଯୁଦ୍ଧ ବିମାନ ଆକ୍ରମଣରେ ହଜାର ହଜାର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିଲେ । ସେହି ସମୟରେ ଆମେରିକା ପକ୍ଷରୁ ଅବୁ ବକର ଅଲ-ବାଗଦାଦି ମରି ଥିବା କଥା କିଛି ସ୍ପଷ୍ କରି ନଥିଲେ । ମାତ୍ର ଏବେ ଆମେରିକାର ସେନାର ବରିଷ୍ଠ ଅଧିକାପୀ ଅବୁ ବକର ଅଲ-ବାଗଦାଦି ନିହତ ହୋଇଥିବା କଥା ସ୍ୱୀକାର କରୁଛନ୍ତି ।

   Related Posts