ନିଜର ସାମାନ୍ୟ ଅଣ୍ଡର ୱେୟାର ପାଇଁ ମରିଲା ନର ରାକ୍ଷାସ ତଥା ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦି, କେମିତି ଜାଣନ୍ତୁ…

Published By : Prameya-News7 Bureau | October 29, 2019 IST

ୱାସିଂଟନ ୨୯|୧୦: ବାରମ୍ବାର ଚକମା ଦେଇ ଖସିଯାଉଥିବା ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ଆଡ୍ଡା ଉପରେ ଆକ୍ରମଣ ପୂର୍ବରୁ ଆମେରିକୀୟ ସେନା ସୁନିଶ୍ଚିତ ହେଲେ କିପରି ? କେମିତି ଆମେରିକାର ଡେଲ୍ଟାଫୋର୍ସ ନିଶ୍ଚିତ ହେଲେ ଯେ ସିରଆ ଇଦଲିବ ଅଞ୍ଚଳର ସୁଡଙ୍ଗରେ ଲୁଚିଛି ISIS ମୁଖ୍ୟ ।  ତେବେ ତାକୁ ନିଶାନା କରିବାରେ ସାହାଯ୍ୟ କରିଥିଲା ବାଗଦାଦିର ଅଣ୍ଡରୱେୟାର । କେମିତି ଦେଖନ୍ତୁ ଏହି ରିପୋର୍ଟ।

ଅଣ୍ଡର ୱେୟାର ପାଇଁ ବାଗଦାଦି ମଲା । ତା ଅଣ୍ଡରୱେୟାର  ହିଁ ତାର ମୃତ୍ୟୁର ମୁଖ୍ୟ କାରଣ । ଏହା ହିଁ ସାମ୍ନାକୁ ଆସିଛି ।  ଚୋରି କରି ଆଣାଯାଇଥିବା ଅଣ୍ଡର ୱେୟାର ହିଁ  ବାଗଦାଦିର ଅସଲ  ପରିଚୟ ଦେଇଥିଲା । କାରଣ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବାଗଦାଦିର ମୃତ୍ୟୁ ପ୍ରକୃତରେ ହୋଇଛି କି ନାହିଁ, ତାହା ଜାଣିବା ସବୁଠାରୁ ଚ୍ୟାଲେଞ୍ଜ ଥିଲା । ତେବେ ସେ ଜୀବୀତ ଥିବା ସ୍ପଷ୍ଟ ହେବା ପରେ ମେ ୧୫ରୁ ବଡ ମିଶନ ଆରମ୍ଭ କରିଥିଲା ଆମେରିକାର ସିଆଇଏ । ଏଥିପାଇଁ ୬ମାସ ଲାଗିଥିଲା ।

ବାଗଦାଦି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା। ତାର ସଠିକ ଆଡ୍ଡା ସଂପର୍କରେ ଜାଣିବାକୁ ଆମେରିକୀୟ ସ୍ପେସାଲ ଫୋର୍ସ ଓ କୁର୍ଦ୍ଦ ସେନାକୁ ବହୁ କସରତ କରିବାକୁ ପଡିଥିଲା  ।  ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ । ସେ ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ। ତାର ଅଣ୍ଡରୱେରକୁ ନେଇ ଡିଏନ୍ଏ ଟେଷ୍ଟ କରାଯାଇଥିଲା।  ସ୍ପଷ୍ଟ ହୋଇଥିଲା ବାଗଦାଦି ସିରିୟାର ଇଦଲିବରେ ହିଁ ରହୁଛି ।

ତେଣୁ ସିଧାସଳଖ ଟାର୍ଗେଟ କରିଥିଲେ ସେହି ଟନ୍ନେଲ ଉପରେ ଯେଉଁଠି ରହୁଥିଲା ବାଗଦାଦି।  ଏହି କୁକୁର ଦ୍ବାରା ହିଁ ବାଗଦାଦିର ନିକଟତର ହୋଇଥିଲେ ଡେଲ୍‌ଟା ଫୋର୍ସ। ଆଉ ସବୁ ସରିଯାଉଥିବା ଜାଣି ବାଗଦାଦି ନିଜକୁ ଉଡ଼ାଇଥିଲା ।  କୁର୍ଦ୍ଦ ନେତୃତ୍ୱରେ ଗଠିତ ସିଆରନ୍‌ ଡେମୋକ୍ରାଟିକ୍‌ ଫୋର୍ସ(ଏସ୍‌ଡିଏଫ୍‌) ବରିଷ୍ଠ ପରାମର୍ଶଦା ପୋଲାଟ କାନ୍‌ ଏହି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେପଟେ

ବାଗ୍‌ଦାଦିକୁ ଧରିବାରେ ତାର ଜଣେ ଘନିଷ୍ଠ ସହଯୋଗୀ ଇସ୍‌ମାଇଲ ଅଲ-ଇଠାୱିର ସୂଚନା ସହାୟକ ହୋଇଛି । ସଂଗଠନର କମାଣ୍ଡରମାନଙ୍କ ସହ ବାଗ୍‌ଦାଦି ବିଭିନ୍ନ ସମୟରେ ଆଲୋଚନା କରୁଥିଲା। ସୁରକ୍ଷା କର୍ମୀଙ୍କ ନଜରକୁ ନଆସିବା ପାଇଁ ସେ ଏକ ପରିବା ବୋଝେଇ ବସରେ ଯାତାୟାତ କରୁଥିଲା । ଇସ୍‌ମାଇଲ ସିରିୟା ପୁଲିସ ଦ୍ବାରା ଗିରଫ ହେବା ପରେ ଇରାକୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତରିତ ହୋଇଥିଲା।

ଇସମାଇଲ ସମେତ ଅନ୍ୟ ୫ ଜଣ ବାଗଦାଦିକୁ ସିରିୟାର କେଉଁସବୁ ସ୍ଥାନରେ ଭେଟୁଥିଲେ ସେ ନେଇ କହିଥିଲା। ଇସମାଇଲଠାରୁ ଇରାକୀ ପୁଲିସ ପାଇଥିବା ସୂଚନା ଆଧାରରେ ବାଗଦାଦି ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ହିଁ ବଗ୍‌ଦାଦିକୁ ଧରିବାରେ ବିଶେଷ ସହାୟକ ହୋଇଥିଲା ବୋଲି କୁହାଯାଉଛି ।

ବାଗଦାଦି ସହ ତାର ଦୁଇ ପତ୍ନୀ ଓ ଦୁଇ ପୁଅ ମଧ୍ୟ ଆତ୍ମଘାତି ଆକ୍ରମଣରେ ନିହତ ହୋଇଛନ୍ତ ।  ବାଗଦାଦିର  ମୃତଦେହକୁ  ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ମମୁଦ୍ର ମଧ୍ୟରେ କବର ଦିଆଯାଇଛି। ଠିକ ସେହିଭଳି ଯେମିତି ବିନଲାଡେନକୁ କବର ଦିଆଯାଇଥିଲା। ଅବଶ୍ୟ ଏହି ସମୟରେ ଇସଲାମ ଧର୍ମର ବିଧି ପାଳନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.