Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାଶିଦ ଗାଜିର ମୃତ୍ୟୁ ପରେ ଅବ୍ବୁ ବକର ହେଲା ଜୈସର କମାଣ୍ଡର

21/02/2019 at 6:06 PM

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଓ ପୁଲୱାମା ମାଷ୍ଟରମାଇଣ୍ଡ ରାସିଦ ଗାଜି ମରିଲା ପରେ ଆଇଡି ଏକ୍ସପର୍ଟ ଅବ୍ବୁ ବକରକୁ ନୂଆ କମାଣ୍ଡର ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ ଅବ୍ବୁ ବକରକୁ ଅଫଗାନିସ୍ଥାନରେ ଟ୍ରେନିଂ ଦିଆଯାଇଛି। ରିପୋର୍ଟ ଅନୁସାରେ ଗତ ବର୍ଷ ପାକ ଅଧିକୃତ କାଶ୍ମୀରର ବିଓଆଇ, ମଦାରପୁର, ଫଗୋଶ, ଦେୱଲିୟାଁରେ ଜୈସ-ଏ-ମହମ୍ମଦ ବହୁତ ଆତଙ୍କବାଦୀଙ୍କୁ ଟ୍ରେନିଂ ଦଉଥିଲା।
ରିପୋର୍ଟ ଅନୁସାରେ ପାକିସ୍ତାନର ସେନା ବରାବର ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ପୁଲୱାମା ହମଲାପରେ ମଧ୍ୟ ଜୈସର ଆତଙ୍କବାଦୀ ମୌଲାନା ମସୁଦ ଅଜହର ଶାନ୍ତ ହୋଇନାହାନ୍ତି। ସେ ଏମିତି ଆତଙ୍କୀ ଗୋଷ୍ଠି ତିଆରି କରୁଛି ଯିଏ ପୁଣି ଥରେ ଭାରତରେ ପଶି ଆତଙ୍କୀ ହମଲା କରିବାରେ ସଫଳ ହେବ। ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀରରେ ଏବେ ମଧ୍ୟ ବିଭିନ୍ନ ସଂଗଠନର ୨୯୮ ଆତଙ୍କବାଦୀ ଲୁଚି ରହିଛନ୍ତି। କଶ୍ମୀରଘାଟୀରେ ୮୦ ଜଣ ପାକିସ୍ତାନୀ ଆତଙ୍କବାଦୀ ଓ ୫୫ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି। ଏହା ଛଡା ଜୈସ-ଏ-ମହମ୍ମଦର ୨୨ ପାକିସ୍ତାନୀ ଆତଙ୍କବାଦୀ ଓ ୧୯ ସ୍ଥାନୀୟ ଆତଙ୍କବାଦୀ କଶ୍ମୀରରେ ଅଛନ୍ତି।
ପାକିସ୍ଥାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ହିଜବୁଲ ମୁଜାହିଦିନର ବିଦେଶୀ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା କଶ୍ମୀରରେ ସବୁଠୁ ଅଧିକ ଅଛି। ଭାରତୀୟ ସୁରକ୍ଷା ଏଜେନ୍ସି ଏହି ଆତଙ୍କବାଦୀଙ୍କୁ ବିନାଶ କରିବାର ଉପାୟ ଖୋଜିବା ଜାରି ରଖିଛି। ଏକ୍ସକ୍ଲୁସିଭ ରିପୋର୍ଟ ଅନୁସାରେ ପୁଲୱାମା ହମଲାର ୯ ଦିନ ପୂର୍ବରୁ  ମସୁର ଅଜହର ପୁରା ସରକାରୀ ସୁରକ୍ଷା ସହ ପେଶାୱର ଯାଇ ନିଜ ହମଲାର ଷଡଯନ୍ତ୍ର ବିଷୟରେ ସଂକେତ ଦେଇ ଆସିଥିଲା। ଏହା ପରେ ମଧ୍ୟ ପାକିସ୍ତାନ ଏହି ଘଟଣାରେ ନିଜ ଦେଶର ସଂପୃକ୍ତି ନେଇ ପ୍ରମାଣ ମାଗିଥିଲା।

 

   Related Posts