Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଭିଏମ୍ ଭାଙ୍ଗିବା ଘଟଣା : ଭିଡିଓ ଜାରି କରି ଘଟଣାର ତଦନ୍ତ ଦାବି କଲେ ଓମ୍ ପ୍ରକାଶ ମିଶ୍ର

26/04/2019 at 3:23 PM

ଭୁବନେଶ୍ବର ୨୬|୪: ବୁଥ୍‌ରେ ଇଭିଏମ୍ ଭାଙ୍ଗିବା ଘଟଣାରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ । ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ସହ ତାଙ୍କ ଘର ଆଗରେ ଲଟ୍‌କା ଲଗାଇଛି । ପୋଲିସ ତାଙ୍କୁ ଧରିବା ଲାଗି ଚଢ଼ାଉ କରୁଥିବା ବେଳେ ସେ ଏକ ଭିଡିଓ ମେସେଜ ଜାରି କରିଛନ୍ତି ।

ଭିଡିଓରେ ସେ କହିଛନ୍ତି ଯେ, ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ । ଏଥିରେ ପ୍ରଶାସନର କ’ଣ ଭୂମିକା ରହିଛି ଏବଂ ବୁଥ୍ ରିଗିଂରେ କେଉଁମାନେ ଦୋଷୀ ସେ ବିଷୟରେ ନିରପେକ୍ଷ ତଦନ୍ତ କରାଯାଉ । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ପାଇବା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ଓମ୍  ନିଜର ଭିଡିଓରେ କହିଛନ୍ତି । ଆଗକୁ ହେବାକୁ ଥିବା ନିର୍ବାଚନରେ ପଲିଟିକାଲ ମାଇଲେଜ୍ ନେବାକୁ ସରକାରୀ ଦଳ ସଂପୂର୍ଣ୍ଣ ପ୍ରଶାସନକୁ ଲାଗାଇ ଏଭଳି ଭତ୍ତିହୀନ କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ନଂ ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ଓ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ୍ । ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗଡ଼ିଶାଗୋଦା ଥାନାରେ ଓମ୍ ପ୍ରକାଶ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

   Related Posts