ଲଣ୍ଡନ: ଓଭାଲରେ ଅନୁଷ୍ଠିତ ହେଉଥିବା ଭାରତ ବନାମ ଅଷ୍ଟ୍ରେଲିଆ ୱାର୍ଲଡକପ୍ ମ୍ୟାଚ୍ ଦେଖୁଛନ୍ତି ଫେରାର ପ୍ରବାସୀ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ବ୍ୟବସାୟ ପାଇଁ ମାଲ୍ୟା ଭାରତୀୟ ବ୍ୟାଙ୍କ ମାନଙ୍କଠାରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଇଂଲଣ୍ଡ ପଳାଇଛନ୍ତି। ସେଠାରୁ ତଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଏବେ ଆଇନଗତ କାର୍ଯ୍ୟାନୁଷ୍ଠନ ହେଉଛି। ତେବେ ଗଣମାଧ୍ୟମ ପ୍ରତିନିଧି ଷ୍ଟାଡିୟମରେ ତାଙ୍କର ଉପସ୍ଥିତି ନେଇ ପ୍ରଶ୍ନ କରିବାରୁ ‘ସେ ସେଠାକୁ ମ୍ୟାଚ୍ ଦେଖିବାକୁ ଯାଇଥିବା’ କହିଛନ୍ତି। ପୂର୍ବରୁ ମଧ୍ୟ ସେ ଏଠାରେ ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଦେଖିବାକୁ ଆସିଥିଲେ ବୋଲି ମଧ୍ୟ କହିଛନ୍ତି।
{"id":121541,"width":581,"height":387}ଋଣଚାପଗ୍ରସ୍ତ ବ୍ୟବସାୟୀ ମାଲ୍ୟା ବେଶ୍ କ୍ରିକେଟ ସୌକିନ୍। ଭାରତରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆଇପିଏଲରେ ତାଙ୍କର ମଧ୍ୟ ଏକ ଟିମ୍ ଥିଲା। ତେବେ ଦେବାଳିହେବା ପରେ ମାଲ୍ୟା ଟିମର ଖର୍ଚ୍ଚ ବହନ କରି ନପାରିବାରୁ ଆଇପିଏଲ ନିଲାମରୁ ଦୂରେଇ ଯାଇଥିବା ବେଳେ ଦେଶରୁ ଫେରାର ହେବାରୁ ଆଉ ଆଇପିଏଲ ପାଖ ମଧ୍ୟ ପଶିପାରୁନାହାନ୍ତି। ତେବେ ଫେରାର ମାଲ୍ୟାଙ୍କୁ ଭାରତ ପର୍ତ୍ୟାର୍ପଣ ପାଇଁ ଲଣ୍ଡନର ୱେଷ୍ଟମିନେଷ୍ଟର କୋର୍ଟ ଅନୁମତି ଦେଇସାରିଛନ୍ତି। ହେଲେ ମାଲ୍ୟା କୋର୍ଟଙ୍କ ନିଷ୍ପତି ବିରୋଧରେ ଅପିଲ କରିଥିବାରୁ ତାଙ୍କୁ ଭାରତ ଅଣାଯିବାରେ ବିଳମ୍ବ ହେଉଛି।
{"id":121542}୬୩ ବର୍ଷ ବୟସ୍କ ମାଲ୍ୟା ବ୍ୟାଙ୍କରୁ ନେଇଥିବା ୯ ହଜାର କୋଟି ଟଙ୍କାର ଋଣ ସୁଝି ନପାରିବାରୁ ୨ ମାର୍ଚ୍ଚ ୨୦୧୬ରେ ଭାରତ ଛାଡିଥିଲେ। ତେବେ ମାଲ୍ୟା ଫେରାର ହୋଇ ନଥିବା କହୁଥିବା ବେଳେ ଋଣ ସୁଝିଦେବେ ବୋଲି ମଧ୍ୟ କହୁଛନ୍ତି । ହେଲେ ଏ ଦିଗରେ ଗୋଟିଏ ପାଦ ମଧ୍ୟ ଆଗେଇ ପାରୁନଥିବା ବେଳେ ଏବେ ଭାରତକୁ ପ୍ରତ୍ୟାର୍ପଣର ଦ୍ବାରଦେଶରେ ପହଞ୍ଚିସାରିଛନ୍ତି। ତେବେ ମାଲ୍ୟା ଏବେ ଜାମିନ ପାଇ ଲଣ୍ଡନରେ ମୁକ୍ତ ବୁଲୁଥିବା ଜଣାପଡିଛି।