Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆରୋପ ଓ ପ୍ରତ୍ୟାରୋପ ଭିତରେ ଫେରିଲେ ବିଧାୟକ, ତଥାପି ଥମିନି ମଧ୍ୟପ୍ରଦେଶ ରାଜନୀତିରେ ଉଠିଥିବା ଝଡ଼

6/03/2020 at 5:30 PM

ଭୋପାଲ ୬।୩ :   ମଧ୍ୟପ୍ରଦେଶ ରାଜନୀତିରେ ଘୋଡା ବେପାରକୁ ନେଇ ଉଠିଥିବା ଝଡ଼ ଏଯାଏଁ ଥମିନି।  ମଧ୍ୟପ୍ରଦେଶ ଶାସକ ଦଳର ନିଖୋଜ ୧୦ ବିଧାୟକଙ୍କ ମଧ୍ୟରୁ  ୬ ଜଣ ଫେରି ଆସିଛନ୍ତି।  ଜଣେ ବିଧାୟକ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ଲାଗି ବେଙ୍ଗାଲୁରୁରେ ଥିବା କୁହାଯାଇଥିବା ବେଳେ ରାଜ୍ୟ ରଜନୀତିରେ କାଦୁଅ ଫୋପଡା ଫୋପଡି ବନ୍ଦ ହୋଇନି। 

ଗୁରୁବାର କଂଗ୍ରେସ ବିଧାୟକ ହରଦୀପ ସିଂ ଡାଙ୍ଗ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ବିଧାୟକ ବିଶାହୁଲାଲ ସିଂହ, ରଘୁରାଜ କନସନ ଓ ଜଣେ ନିର୍ଦ୍ଦଳୀୟ ବିଧାୟକ ଠାକୁର ସୁରେନ୍ଦ୍ର ସିଂହଙ୍କର ଏପର୍ଯ୍ୟନ୍ତ ସନ୍ଧାନ ମିଳିପାରିନାହିଁ। ସେପଟେ ଗତ ରାତିରେ ପୋଲିସ ମହାନିର୍ଦ୍ଦେଶକ ପଦରୁ ଭି.କେ. ସିଂହଙ୍କୁ ହଟାଇ ଦିଆଯାଇଥିବା ବେଳେ ତାଙ୍କୁ କ୍ରିଡା ଓ ଯୁବ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଛି।

ରାଜ୍ୟରୁ ବିଧାୟକଙ୍କ ଅପହରଣ ସହ ଡିଜିପିଙ୍କ ଉପରକୁ ବିପଦ ଘନେଇ ଆସିଥିଲା।  ବିଧାୟକଙ୍କ ନିଖୋଜ ପୋଲିସ ଗୁଇନ୍ଦାର ବଡ ବିଫଳତା ବୁଝା ଯାଉଥିଲା। ଏଥିରେ ଆଇଏଏସ୍ ଲବିରେ ଚାଲିଥିବା ବିବାଦରେ ବଳିପଡିଯାଇଛନ୍ତି ଡିଜିପି ଭି.କେ.ସିଂହ। ତେବେ ବିଧାୟକଙ୍କୁ ହରିୟାଣାରୁ ପୁଣି ଉଧାର କରିଥିବା ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଜିତୁ ପଟୱାରୀ ତାଙ୍କ ପକ୍ଷରୁ ବିଧାୟକଙ୍କ ଅପହରଣ ଖବରକୁ ଖଣ୍ଡନ କରିଛନ୍ତି। ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ କମଲ ନାଥ ବରାବର ସମ୍ପର୍କରେ ଥିଲେ ବୋଲି କହିସାରିଥିବା ବେଳେ ଦିଗବିଜୟ ସିଂହଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଏବେବି ହଲଚଲ ଜାରି ରହିଛି।

ରାଜ୍ୟ ରାଜନୀତିରେ ଉପୁଜିଥିବା ପରିସ୍ଥିତି ଲାଗି ଦିଗବିଜୟ ବିଜେପିର ନରୋତ୍ତମ ମିଶ୍ରଙ୍କ ସମେତ ୫ ଜଣଙ୍କୁ ଦାୟି କରିଥିଲେ।  ତେବେ ବିଧାୟକମାନେ ଫେରି ଆସିବାପରେ ମିଥ୍ୟା ଆରୋପ ଲାଗି ଦିଗବିଜୟ କ୍ଷମା ମାଗନ୍ତୁ ବୋଲି ପ୍ରଦେଶ ବିଜେପି ସଭାପତି ବି.ଡି.ଶର୍ମା ଦାବି କରିବା ଏବେ ରାଜ୍ୟ ରାଜନୀତିକୁ ନୂଆ ମୋଡ ଦେଇଛି।

   Related Posts