Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ରାଜଧାନୀ ମାର୍କେଟରେ ବିଦେଶୀ ପରିବା : ଚାହିଦା ଢେର୍, ବେପାର ବେଶୀ, କାରବାରୀଙ୍କୁ ଦେଇଛି ସ୍ୱୀକୃତି

17/10/2020 at 6:14 PM

ଭୁବନେଶ୍ୱର, ୧୭ ।୧୦:    ରାଜଧାନୀରେ ବିଦେଶୀ ପରିବା ସମ୍ଭାର । ୟୁନିଟ-୮ ଡିଏଭି ସ୍କୁଲ ନିକଟରେ ୪୦ ପ୍ରକାରର ବିଦେଶୀ ପରିବା ବିକୁଛନ୍ତି ମାନସ ଏବଂ ତାଙ୍କ ବାପା । ବିଦେଶୀ ପରିବାରେ କ୍ୟାଲୋରୀ ଅଧିକ ଥିବାରୁ ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ଏହାର ଚାହିଦା ଟିକେ ଅଧିକ । ଖାଲି ରାଜଧାନୀ ନୁହେଁ  କଟକ, ଖୋର୍ଦ୍ଧା ଜଗତସିଂହପୁରରୁ ବି ଲୋକ ଆସି ଏଠାରୁ ପରିବା କିଣିନିଅନ୍ତି । ଆଉ କେହି ମୁଲଚାଲ ବି କରନ୍ତିନି ।

ୟେଲୋ କ୍ୟାପ୍‌ସିକମ୍‌, ରେଡ୍‌ କୋବି, ଆଭାକାଡେ, ଆମେରିକାନ୍‌ ପିଆଜ, ଚାଇନିଜ୍‌ ଧନିଆ, ବେବି କର୍ଣ୍ଣ, ଚେରି ଟମାଟୋ, ବ୍ରେଜଲି, ଆମେରିକାନ୍‌ ଜୁଟୁନୀ, ବେବି ପକ୍‌ଚୋଇ, ବ୍ରୋକୋଲି ପରି ୪୦ ପ୍ରକାରର ବିଦେଶୀ ପରିବା ଏବେ ରାଜଧାନୀ ବଜାରରେ । ୟୁନିଟ୍ ଏଇଟ୍ ଡିଏଭି ସ୍କୁଲରୁ ଟିକେ ଆଗକୁ ଗଲେ ଦେଖିବାକୁ ମିଳିବ ଏହି ବିଦେଶୀ ରଙ୍ଗୀନ ପରିବାର ସମ୍ଭାର । ମାନସ ସାହୁ ଦୀର୍ଘ ୮ ବର୍ଷ ହେଲାଣି ଏ ପରିବା ବିକୁଛନ୍ତି । ବେଙ୍ଗାଲୁରୁ, ନୂଆଦିଲ୍ଲୀ କୋଲକାତାରୁ ସେ ପରିବା ମଗାନ୍ତି । ତେବେ ଅଧିକ ନଆଣି ଅଳ୍ପ ପରିବା ଲୋକଙ୍କ ବରାଦ ମୁତାବକ ଆଣନ୍ତି । ୪ ଦିନ ପାଇଁ ୪୦ ହଜାର ଟଙ୍କାର ମାଲ୍ ମଗାନ୍ତି । ତେବେ ଲକଡାଉନ ପରଠୁ ବର୍ତ୍ତମାନ ବେପାର ଟିକେ ମାନ୍ଦା ଥିବା କହିଛନ୍ତି ମାନସ । 

ଏସବୁ ବିଦେଶୀ ପରିବା ଅଧିକ କ୍ୟାଲୋରୀଯୁକ୍ତ ହୋଇଥିବାରୁ ପ୍ରତିଦିନ ଲୋକ କିଣି ନେଉଛନ୍ତି । ଭୁବନେଶ୍ବରରୁ ଆରମ୍ଭ କରି କଟକ, ଜଗତସିଂହପୁର, ଖୋର୍ଦ୍ଧାରୁ ଆସି ଲୋକମାନେ ଏଠାରୁ ପରିବା ନିଅନ୍ତି । କିଲୋ ହିସାବରେ ନୁହେଁ ଶହେ ଗ୍ରାମ୍ ହିସାବରେ ଏସବୁ ବିଦେଶୀ ପରିବା ବିକ୍ରି ହୁଏ । କାହାର ଦାମ୍ ୨୫୦ ତ ଆଉ କାହାର ଦାମ୍ ୩ଶହ ଏବଂ ୫ ଶହ ଟଙ୍କା ରହିଛି । ତେବେ ଏଠି କେହି ମୂଲଚାଲ କରନ୍ତିନି । ମାନସଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି ତାଙ୍କ ବାପା ଉପେନ୍ଦ୍ର । ଉଭୟ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିକ୍ରି କରନ୍ତି ।

କିଛି ନିଆରା କରିବାର ନିଶା ପାଇଁ ଲାଭ କ୍ଷତି ଚିନ୍ତା ନକରି ବିଦେଶୀ ପରିବା ବିକିବାକୁ ମନସ୍ଥ କରିଥିଲେ ମାନସ । ପ୍ରଥମେ କ୍ୟାପସିକମ୍ ବେପାର କରୁଥିଲେ । ସେଥିରେ ଲାଭ ହେବା ପରେ ଏବେ ବିଦେଶୀ ପରିବା ବିକୁଛନ୍ତି ।

   Related Posts