ତବଲିଗି ଜମାତ ମୁଖ୍ୟ ମୌଲାନା ସାଦଙ୍କ ପାଇଁ ବଢିଲା ଅଡୁଆ, ମରକଜ୍ ସହ ଜଡିତ ଅନେକ ବ୍ୟାଙ୍କ୍ ଆକାଉଣ୍ଟ ସିଜ୍

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫: ତଗଲିଗି ଜମାତ ମୁଖ୍ୟ ମୌଲାନା ସାଦଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ବିଦେଶୀ ଫଣ୍ଡିଂକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା ମୌଲାନା ସାଦ୍ ଓ ମରକଜ ଟ୍ରଷ୍ଟ ସହ ଜଡିତ ପ୍ରାୟ ୩୦ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ଅନେକ ଆକାଉଣ୍ଟକୁ ସିଜ୍ କରିଛି । ଏହି ଆକାଉଣ୍ଟଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହାସହ ଆକାଉଣ୍ଟରେ ଜମା ହୋଇଥିବା ବିଦେଶ ଫଣ୍ଡ୍ ଉପରେ ମଧ୍ୟ ଯାଂଚ ଆରମ୍ଭ ହୋଇଛି ।

ପୂର୍ବରୁ ନିଜାମୁଦ୍ଦୀନ ମରକଜ ଓ ଟ୍ରଷ୍ଟର ମୁଖ୍ୟ ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରାଯାଇଥିଲା । କ୍ରାଇମ୍ ବ୍ରାଞ୍ଚ ଓ ଇଡି ଭଭୟ ଏହି ବ୍ୟାଙ୍କ୍ ଆକାଉଣ୍ଟ ଉପରେ ନଜର ରଖିଥିଲେ । ଏହାସହ ମଙ୍ଗଲବାର ମଧ୍ୟ ମୌଲାନା ସାଦଙ୍କ ପୁଅଙ୍କୁ ଇଡି ଜେରା କରିଥିଲା । କାରଣ ତବଲିଗି ଜମାତ ସହ ଜଡିତ ବିଭିନ୍ନ କାର୍ଯ୍ୟ ତାଙ୍କ ପୁଅ ହିଁ ବୁଝୁଥିଲେ । ତେବେ ମୌଲାନା ସାଦ୍ ଏବେସୁଦ୍ଧା କ୍ରାଇମ୍ ବ୍ରାଞ୍ଚ ସହ ମୁହାଁମୁହିଁ ହୋଇନାହାଁନ୍ତି । ଏପରିକି ଜମାତର ଅନେକ ସଦସ୍ୟଙ୍କୁ ନୋଟିସ୍ ପଠାଯାଇଛି ଯେଉଁମାନଙ୍କ ବିରୋଧରେ ମରକଜ ଅର୍ଥକୁ ବେଆଇନ ଭାବେ କୌଣସି କାରବାର କରିଥିବା ଅଭିଯୋଗ ରହିଛି ।

ନିକଟରେ ଇଡି ଜମାତର ୨ ସଦସ୍ୟଙ୍କୁ ବିଦେଶୀ ଫଣ୍ଡ୍ ସମ୍ପର୍କରେ ନୋଟିସ୍ ପଠାଇଥିଲା । ଇଡିର କହିବାନୁସାରେ, ଉଭୟଙ୍କ ଓକିଲ ସଂସ୍ଥା ସହ ଆଲୋଚନା କରିଛନ୍ତି । ଏବେ ସେମାନେ ଇଡି ସମ୍ମୁଖରେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ସେମାନଙ୍କ ଓକିଲ କହିଥିଲେ । ଏହାପୂର୍ବରୁ ମଧ୍ୟ ୯ଜଣଙ୍କୁ ପଚରାଉଚରା କରାଯାଇଛି । ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ବୟାନ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.