Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଓପିନିୟନ୍‌ ପୋଲ୍‌ ରିପୋର୍ଟ: ପୁଣି ବିହାରରେ ସରକାର କରିବ NDA, ବିଜେପିକୁ ମିଳିବ ଅଧିକ ଆସନ

24/10/2020 at 10:14 PM

ନୂଆଦିଲ୍ଲୀ ୨୪/୧୦: ସମସ୍ତଙ୍କ ନଜରରେ ବିହାର ନିର୍ବାଚନ। ଆଗାମୀ ୫ ବର୍ଷ ଶାସନ ଦାୟିତ୍ବ କାହା ପାଖକୁ ଯିବ ତାହା ନଭେମ୍ବର ୧୦ରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଏହାରି ଭିତରେ ଆଉ ଏକ ଓପିନିୟନ୍‌ ପୋଲ୍‌ ଏନଡିଏ ସପକ୍ଷରେ ଯାଇଛି। ବିହାରରେ ଏନଡିଏ ସରକାର କରିପାରେ ବୋଲି ଜଣାପଡ଼ିଛି । ଏବିପି ସିଭୋଟର ଓପିନିୟନ୍‌ ପୋଲ୍‌ ଅନୁସାରେ, ୨୪୩ ବିଧାନସଭା ସିଟ୍‌ ବିଶିଷ୍ଟ ବିହାରରେ ଏନଡିଏକୁ ୧୩୫-୧୫୯ ସିଟ୍‌ ମିଳିବାକୁ ଥିବା ବେଳେ ମହାମେଣ୍ଟକୁ ୭୭-୯୮ ସିଟ୍‌ ମିଳିପାରେ। ଜେଡିୟୁ ଠାରୁ ଅଧିକ ସିଟ୍‌ରେ ଲଢ଼ୁଥିବା ଲୋକ ଜନଶକ୍ତି ପାର୍ଟି ଖାତାକୁ ଯାଇପାରେ କେବଳ ୧ରୁ ୫ଟି ସିଟ୍‌।

ବିହାର ନିର୍ବାଚନରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହେବ ବିଜେପି। ବିଜେପି ୭୩ରୁ ୮୧ ସିଟ୍‌ ମିଳିପାରେ ବୋଲି ଜନମତ ସର୍ଭେରୁ ଜଣାପଡ଼ିଛି। ସେହିଭିଳି ନୀତିଶ କୁମାରଙ୍କ ନେତୃତ୍ବାଧୀନ ପାର୍ଟି ଜେଡିୟୁକୁ ମିଳିପାରେ ୫୯ରୁ ୬୭  ସିଟ୍‌। ବିକାଶଶୀଳ ଇନ୍‌ସାନ୍‌ ପାର୍ଟିକୁ ୩ରୁ ୭ ସିଟ୍‌ ଓ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାକୁ ୦-୪ ମଧ୍ୟରେ ସିଟ୍‌ ମିଳିପାରେ ବୋଲି ଜନମତ ସର୍ଭେ କହୁଛି।

ଭୋଟ୍‌ ସେୟାରକୁ ହିସାବକୁ ନେଲେ ଏନଡିଏକୁ ୪୩ ପ୍ରତିଶତ ଭୋଟ୍‌ ସେୟାର ମିଳିପାରେ। ସେପଟେ ମହାମେଣ୍ଟକୁ ୩୫ ପ୍ରତିଶତ, ଲୋକ ଜନଶକ୍ତି ପାର୍ଟିକୁ ୪ ପ୍ରତିଶତ ଓ ଅନ୍ୟ ଖାତାକୁ ୧୮ ପ୍ରତିଶତ ଭୋଟ ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଲୋକେ କେଉଁ ପ୍ରାର୍ଥୀଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ଓପିନିୟନ୍‌ ପୋଲ୍‌​‌ରେ ପଚରାଯାଇଥିଲା।

୧୫ ବର୍ଷ  ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାରଙ୍କୁ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୩୦ ପ୍ରତିଶତ ଲୋକ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି। ୨୦ ପ୍ରତିଶତ ଲୋକ ତେଜସ୍ବି ଯାଦବଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଥିବା ବେଳେ ଚିରାଗ ପାଶ୍ବଓ୍ବାନଙ୍କୁ ୧୪ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହାସହ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ୧୦ ପ୍ରତିଶତ ଭୋଟର।

ନୀତିଶ କୁମାରଙ୍କୁ ଆଗାମୀ ସିଏମ ଦେଖିବାକୁ ଅଧିକ ଲୋକ ଚାହୁଁଥିଲେ ହେଁ ତାଙ୍କ ଉପରେ ନାରାଜ ମଧ୍ୟ ଅଛନ୍ତି। ୬୦ ପ୍ରତିଶତ ଲୋକ ନୀତିଶଙ୍କ ଉପରେ ନାରାଜ ଥିବା ବେଳେ ତାଙ୍କ ସ୍ଥାନ​‌ରେ ଅନ୍ୟ କାହାକୁ ଦେଖିବାକୁ ଚାହୁଁଛନ୍ତି। ୨୬ ପ୍ରତିଶତ ଲୋକ ତାଙ୍କ ଉପରେ ଖପ୍ପା ଥିଲେ ବି ଆଉ ଗୋଟିଏ ସୁଯୋଗ ଦେବାକୁ ଚାହିଁଛନ୍ତି। ସେପଟେ ୧୪ ପ୍ରତିଶତ ଭୋଟର ନୀତିଶଙ୍କ ଉପରେ ରାଗିନଥିବା ବେଳେ ତାଙ୍କୁ ହିଁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଓପିନିୟନ୍‌ ପୋଲରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧ ରୁ ୨୩ ଅକ୍ଟୋବର ମଧ୍ୟରେ ଓପିନିୟନ୍‌ ପୋଲ୍‌ ପାଇଁ ୩୦ ହଜାର ୬୭୮ ଲୋକଙ୍କ ମତ ନିଆଯାଇଥିଲା ବୋଲି ଏବିପି ସିଭୋଟର ପକ୍ଷରୁ ସୂଚନା ମିଳିଛି। ବିହାର ବିଧାନସଭା ନିର୍ବାଚନ ତିନି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୨୮ ଅକ୍ଟୋବର, ୩ ନଭେମ୍ବର ଓ ୭ ନଭେମ୍ବରରେ ମତଦାନ ହେବାକୁ ଥିବା ବେଳେ ୧୦ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ।

   Related Posts