Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଓଡିଶାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୮ ହଜାରରୁ ଅଧିକ ଲୋକ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ, କେମିତି ହେବ ସମସ୍ତଙ୍କର କ୍ଵାରେନଟାଇନ୍

25/03/2020 at 8:10 PM

ଭୁବନେଶ୍ଵର ୨୫।୦୩:  କୋଭିଡ୍-୧୯ର ପ୍ରକୋପ ଦୁନିଆ ସହିତ ଭାରତରେ ମଧ୍ୟ ଜାରି ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପିଛି। ଦେଶର ଅନ୍ୟ ରାଜ୍ୟର ସ୍ଥିତିକୁ ଦେଖିଲେ ଓଡିଶାର ସ୍ଥିତି ଅପେକ୍ଷାକୃତ ଭଲ ଥିବା କୁହାଯାଇ ପାରିବ। ଅନ୍ୟପଟେ ଏହି ଅବଧି ମଧ୍ୟରେ ବାହାର ରାଜ୍ୟଗୁଡିକରୁ  ଓଡିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଆସିଛନ୍ତି।

ଏହି ବ୍ୟକ୍ତିମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ସହିତ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ସଠିକ୍ ଜାଣିବା ପାଇଁ ସଙ୍ଗରୋଧର ଆବଶ୍ୟକତା ରହିଛି। ନଚେତ୍ ଏମାନଙ୍କ ମଧ୍ୟରୁ କେହି କରୋନା ପଜିଟିଭ୍ ହେଲେ ସ୍ଥିତି ସଙ୍ଗୀନ ହେବାକୁ ଏଡାଇ ଦିଆଯାଇନପାରେ। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହୋମ୍ କ୍ଵାରେନଟାଇନରେ ରହିବା ପାଇଁ ସାଧ୍ୟମତେ ପ୍ରୋତ୍ସାହିତ କରିବାକୁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଅନୁରୂପ ଭାବେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ହୋମ୍ କ୍ଵାରେନଟାଇନ ମାର୍ଗଦର୍ଶିକା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶ।

ସୂଚନା ଓ ଲୋକ ସଂପର୍କ ବିଭାଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାକୁ ବାହାରୁ ସର୍ବାଧିକ ୧୧୦୫୪ ଜଣ ବ୍ୟକ୍ତି ଆସିଥିବା ବେଳେ ନବରଙ୍ଗପୁର ଜିଲ୍ଲାକୁ ସର୍ବନିମ୍ନ ୪୦୭ ଜଣ ବ୍ୟକ୍ତି ଆସିଛନ୍ତି। ସେହି ପରି  ବାଲେଶ୍ଵର ଜିଲ୍ଲାକୁ ୬୪୪୨, କଳାହାଣ୍ଡି ଜିଲ୍ଲାକୁ ୪୪୪୮, କେନ୍ଦ୍ରାପଡା ଜିଲ୍ଲାକୁ ୪୩୧୮, ଫୁଲବାଣୀ  ଜିଲ୍ଲାକୁ ୪୩୦୬, ପୁରୀ ଜିଲ୍ଲାକୁ ୩୬୮୮ ଓ  କଟକ ଜିଲ୍ଲାକୁ ୩୬୦୪ ଜଣ, ମାଲକାନଗିରି ଜିଲ୍ଲାକୁ ୩୮୫୨ ଓ ମୟୂରଭଞ୍ଜ  ଜିଲ୍ଲାକୁ ୩୩୨୬ ଜଣ ବ୍ୟକ୍ତି ଆସିଛନ୍ତି।

ସେହି ପରି  ବଲାଙ୍ଗୀର  ଜିଲ୍ଲାକୁ ୨୦୭୪, ଯାଜପୁର  ଜିଲ୍ଲାକୁ ୨୦୨୮, ଅନୁଗୋଳ ଜିଲ୍ଲାକୁ ୧୦୭୬, ବରଗଡ ଜିଲ୍ଲାକୁ ୧୫୭୬, ଖୋର୍ଦ୍ଧା ଜିଲ୍ଲାକୁ ୨୪୧୨, ଢେଙ୍କାନାଳ  ଜିଲ୍ଲାକୁ ୧୯୭୨, କେନ୍ଦୁଝର ଜିଲ୍ଲାକୁ ୧୯୪୫, କୋରାପୁଟ ଜିଲ୍ଲାକୁ ୨୨୩୮, ନୂଆପଡା ଜିଲ୍ଲାକୁ ୧୯୧୦, ନୟାଗଡ ଜିଲ୍ଲାକୁ ୨୧୧୫, ରାୟଗଡା ଜିଲ୍ଲାକୁ ୨୩୬୯, ସମ୍ବଲପୁର ଜିଲ୍ଲାକୁ ୧୦୨୦, ସୋନପୁର ଜିଲ୍ଲାକୁ ୧୧୦୨, ସୁନ୍ଦରଗଡ ଜିଲ୍ଲାକୁ ୧୨୦୧ ଜଣ ବ୍ୟକ୍ତି ଆସିଛନ୍ତି। ବୌଦ୍ଧ ଜିଲ୍ଲାକୁକ ୧୦୧୩, ଦେବଗଡ ଜିଲ୍ଲାକୁ ୫୭୦ ଓ ଝାରସୁଗୁଡା ଜିଲ୍ଲାକୁ ୫୬୮ ଜଣ ବ୍ୟକ୍ତି ଆସିଛନ୍ତି।

   Related Posts