ପାଣି ଟ୍ୟାଙ୍କର ଭିତରୁ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

Published By : Prameya-News7 Bureau | February 22, 2019 IST

ଗୁଣୁପୁର ୨୨|୨ : ରାୟଗଡା ଜିଲ୍ଲା ପଦ୍ମପୁର ଥାନା ନୁଆଗଡ ପଞ୍ଚାୟତର ପାଜିଲିବନ୍ଧ ଛକ ନିକଟସ୍ଥ ଏକ ପାଣି ଟ୍ୟାଙ୍କର ଭିତରୁ ୪ କ୍ବିଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି ।  ୪ଜଣଙ୍କୁ ଗିରଫ କରିଛି ପୋଲିସ। ଟ୍ରାକ୍ଟର ସହ ପାଣି ଟ୍ୟାଙ୍କର ଜବତ ହୋଇଛି । ବିପୁଳ ପରିମାଣର ଗଞ୍ଜେଇ ତାମିଲନାଡୁ ଅଭିମୁଖେ ଚାଲାଣ ହେଉଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ଚୋରା ଚାଲାଣ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ତାମିଲନାଡୁର ଓ ଅନ୍ୟ ତିନି ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.