୩ ରାଜ୍ୟରେ ଘୂର୍ଣ୍ଣିଝଡର ତାଣ୍ଡବ ; ୩୫ ମୃତ, ଅନେକ ଆହତ

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭।୪: ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡଖଣ୍ଡ, ହିମାଚଳ ପ୍ରଦଶ, ହରିୟାଣାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ । ଏଥିରେ ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବର୍ଷା ହୋଇଛି । ରାଜସ୍ଥାନରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୫ ଜଣଙ୍କର ମୃତ୍ୟୁ ହୋଇଛିଛି । ସେହିପରି ଗୁଜରାଟରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ଷା ଏବଂ ଘୂର୍ଣ୍ଣିଝଡ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ପବନରେ ଉଦୟପୁରରେ ୮ଶହ ବିଦ୍ୟୁତ୍  ଖୁଣ୍ଟ ଏବଂ ୭୦ ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଛି । ସେହିପରି ପବନରେ ରେଳୱେ ଷ୍ଟେସନର ୩ଟି ଛାତ ଉଡ଼ି ଯାଇଥିବା ସୂଚନା ମିଳିଛି । ବୁଧବାର ପୁଣି ଫୂର୍ଣ୍ଣିଝଡ଼ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଗୁଜରାଟରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ୨୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.