ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ, ‘ସମୟ ପୂର୍ବରୁ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଉପରେ ଅଧ୍ୟୟନ ଜରୁରୀ’

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୧/୫: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ଏହା ଉପରେ କାବୁ ଆଣିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି।  ଗତ କିଛି ଦିନରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏବେ କେବଳ ସଂକ୍ରମଣ ବଢ଼ୁଛି ତାହା ନୁହେଁ ବରଂ ଭୂତାଣୁର ଭୟଙ୍କର ଭ୍ୟାରିଏଣ୍ଟ ଦେଖିବାକୁ ମିଳୁଛି । ତାହା ଡବଲ୍‌ ମ୍ୟୁଟାଣ୍ଟ ହେଉ ଅବା ବେଙ୍ଗଲର ଟ୍ରପିଲ୍‌ ମ୍ୟୁଟାଣ୍ଟ। ସ୍ଥିତିର ଗମ୍ଭୀରତାକୁ ବୁଝି ୩୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ଚିଠି ମାଧ୍ୟମରେ ସେମାନେ ମୋଦୀଙ୍କୁ ଅପିଲ୍‌ କରିଛନ୍ତି, ଦେଶର ବୈଜ୍ଞାନିକମାନଙ୍କୁ ସମସ୍ତ ପ୍ରକାର ଡାଟା ଅଧ୍ୟୟନ କରିବାକୁ ଅନୁମତି ମିଳୁ। ଯେଉଁଥିପାଇଁ ଭୂତାଣୁକୁ ଆହୁରି ପାଖରୁ ଜାଣିହେବ ଏବଂ ସମୟ ପୂର୍ବରୁ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଶଶିଧରା ଦାବି କରିଛନ୍ତି ଶେଷରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି ଏବହ ସମୟ ପୂର୍ବରୁ ଜରୁରୀ ପଦକ୍ଷେପ ନନେଲେ ପରିସ୍ଥିତି ବେକାବୁ ହୋଇଯିବ। ବୈଜ୍ଞାନିକମାନଙ୍କୁ କରୋନା ସମ୍ପର୍କୀତ ସମସ୍ତ ଡାଟା ଅଧ୍ୟୟନ ପାଇଁ ମଞ୍ଜୁରି ମିଳିବା ଦରକାର। ଏମିତି ହେଲେ ଭୂତାଣୁର ଭୟାବହତାକୁ ବୁଝି ସମୟ ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେଇ ହେବ ବୋଲି ବୈଜ୍ଞାନିକମାନେ ଲେଖିଛନ୍ତି।

ଏହା ସହ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି । ଅନେକ ସରକାରୀ ତଥ୍ୟ କହୁଛି, ବର୍ତ୍ତମାନ ଯେଉଁ ସକ୍ରିୟ ମାମଲା ରହିଛି ପ୍ରକୃତରେ ତାଠୁ ୨୦ ଗୁଣା ଅଧିକ ମାମଲା ସାମ୍ନାକୁ ଆସିସାରିଛି। ଏହି ସମୟରେ କିଛି ଲୋକ କେବଳ ଭୂତାଣୁ ବାହକ ନୁହଁନ୍ତି ବରଂ ସମାଜ ପାଇଁ ସୁପର ସ୍ପେ୍ରଡର ପାଲଟିଛନ୍ତି। ବୈଜ୍ଞାନିକମାନଙ୍କ କହିବା କଥା, ସଠିକ୍‌ ଭବିଷ୍ୟବାଣୀ ମିଳିପାରିଲେ ସମୟ ପୂର୍ବରୁ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରିବେ ଏବଂ ଲୋକଙ୍କ ଜୀବନ ବଞ୍ଚିଯାଇପାରିବ।

କରୋନାର ନୂଆ ଭ୍ୟାରିଏଣ୍ଟ ଉପରେ ଅଧ୍ୟୟନ କରିବା ନିହାତି ଜରୁରୀ । ବୈଜ୍ଞାନିକଙ୍କୁ କେବଳ ଫଣ୍ଡ ନୁହେଁ ବରଂ ସେମାନଙ୍କୁ ସବୁ ପ୍ରକାର ଅନୁମତି ଏବଂ ସପୋର୍ଟ ମଧ୍ୟ ଦିଆଯାଉ। ଯଦି ସମୟ ପୂର୍ବରୁ ଜରୁରୀ ଅଧ୍ୟୟନ ପୂରା ହୋଇଯାଏ ତେବେ ଏହାଦ୍ବାରା କେବଳ ଦେଶକୁ ଲାଭ ହେବ ତାହା ନୁହେଁ ଚାଲିଥିବା କରୋନା ସଂହାରଲୀଳାରେ ଅଙ୍କୁଶ ଲାଗିପାରିବ ବୋଲି ଚିଠି ମାଧ୍ୟମରେ ସରକାରଙ୍କୁ ଆଶ୍ବସନା ଦେଇଛନ୍ତି ବୈଜ୍ଞାନିକ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.