୨୫,୦୦୦ରୁ ଅଧିକ ତବଲିଗୀ ଜମାତ ସଦସ୍ୟ ଏବଂ ସେମାନଙ୍କ ସଂପର୍କରେ ଆସିଥିବା ଲୋକ କ୍ବାରେଣ୍ଟାଇନ୍, ହରିୟାଣାର ୫ଟି ଗାଁ ସିଲ୍

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୬।୪: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ମୋଟ୍ ରୋଗୀଙ୍କ ସଂଖ୍ୟା ୪୦୬୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪୪୫ଜଣ ତବଲିଗୀ ଜାମାତ ସହ ଜଡିତ ଥିବା ଜଣାପଡିଛି । ଏଥିସହ ପୁରୁଷମାନଙ୍କ ମଧ୍ୟରେ ୭୬ ପ୍ରତିଶତ ଏବଂ ମହିଳାମାନଙ୍କ ମଧ୍ୟରେ ୨୪ ପ୍ରତିଶତ କରୋନା ଭାଇରସ୍ ରିପୋର୍ଟ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋମବାର ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

{"id":249690,"sizeSlug":"large"}

ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ୨୫,୦୦୦ରୁ ଅଧିକ ତବଲିଗୀ ଜମାତ ସଦସ୍ୟ ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି ।

{"id":249687,"sizeSlug":"large"}

ଏହାସହ ହରିୟାଣାର ୫ଟି ଗାଁକୁ ମଧ୍ୟ ସିଲ୍ କରାଯାଇଛି । ଏହି ଇସଲାମ୍ ସଂଗଠନର ସଦସ୍ୟମାନେ ସେଠାରେ ରହିଥିବାରୁ ଗ୍ରାମବାସୀଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ସେ କହିଛନ୍ତି ଯେ ଏହି ଜାମାତର ମୋଟ୍ ୨୦୮୩ ସଦସ୍ୟଙ୍କ ମଧ୍ୟରୁ ୧୭୫୦ ବିଦେଶୀ ସଦସ୍ୟଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ କରାଯାଇଛି ।

{"id":249689,"sizeSlug":"large"}

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ, କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ୧୦୯ । ଅପ୍ରେଲ ୫ରେ କରୋନାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗର ୬୩%, ୪୦ରୁ ୬୦ ବର୍ଷ ବୟସ ବର୍ଗର ୩୦% ଏବଂ ୪୦ ବର୍ଷରୁ କମ୍ ବୟସ ବର୍ଗର ୭% ରହିଛନନ୍ତି ।

{"id":249683,"sizeSlug":"large"}

ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି କୋଭିଡ-୧୯ ପ୍ରଭାବିତ ଲୋକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.