Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ତଦନ୍ତରେ ଅବହେଳା ନେଇ ଲୋକଙ୍କ ଅଭିଯୋଗ

9/03/2021 at 8:52 PM

ଟିଟିଲାଗଡ, ୦୯/୦୩: ଗତକାଲି ଟିଟିଲାଗଡ଼ ସହରର ପଞ୍ଜାବ ନେସନାଲ ବ୍ୟାଙ୍କ ସମ୍ମୁଖରେ ଲୁଟ୍‌ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କ ଠାରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ପଞ୍ଜାବ ନେସନାଲ ବ୍ୟାଙ୍କକୁ ସର୍ଗୀଗୁଡ଼ାର ନୀତେଶ ଜୈନ ୨ଲକ୍ଷ ୩୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କ ସମ୍ମୁଖରେ ବାଇକକୁ ପାର୍କିଂ କରୁଥିବା ସମୟରେ ସେଠାରେ ଛିଡ଼ା ରହିଥିବା ଦୁଇ ଜଣ ଦୁର୍ବୃତ୍ତ ନୀତେଶ ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଲୁଟିବାକୁ ଉଦ୍ୟମ କରିଥିଲେ ।

ନୀତେଶ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଜାବୁଡି ଧରିଥିବା ସମୟରେ ଦୁଇଜଣ ମିଶି ବ୍ୟାଗ୍‌କୁ ଟାଣିବାରୁ ନୀତେଶ ତଳେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଟଙ୍କା ବ୍ୟାଗ୍‌କୁ ଧରି ଏକ ଆପାଚି ବାଇକ୍‌ରେ ଫେରାର ମାରିଥିଲେ ।

ତେବେ ନୀତେଶ ତଳେ ପଡିଯିବାରୁ ଖଣ୍ଡିଆ ଖାବରା ହୋଇ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ହେଲେ ଏ ଯାଏଁ ପୋଲିସ କୌଣସି ଖୋଳତାଡ କରି ନାହାନ୍ତି କି ବ୍ୟାଙ୍କର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିନଥିବା ଜଣାପଡ଼ିଛି ।

   Related Posts