ଚୀନରୁ ଆସିଥିବା ୬୩ ହଜାର PPE କିଟ୍ ନିମ୍ନ ମାନର, ପୂରା କରି ପାରିଲା ନାହିଁ ମାନଦଣ୍ଡ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭।୦୪: କରୋନା ମୁକାବିଲା ପାଇଁ ଏବେ ବିଶ୍ଵର ବଡ ବଡ ଦେଶ ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE) ନେଇ ଚୀନ ଉପରେ ନିର୍ଭରଶୀଳ। ଚୀନଠୁ ଏହି ପିପିଇ ଅନେକ ଦେଶ ଆମଦାନୀ କରୁଛନ୍ତି। ଭରାତକୁ ମଧ୍ୟ ଚୀନ ପିପିଇ ଯୋଗାଉଛି। ହେଲେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ମୁତାବକ ପ୍ରାୟ ୬୩ ହଜାର ପିପିଇ ଯାହା ନିକଟରେ ଚୀନରୁ ଆସିଥିଲା ତାହ ନିମ୍ନମାନର ଅଟେ। ଏହା ଭାରତର ପରୀକ୍ଷଣରେ ମାନଦଣ୍ଡକୁ ମଧ୍ୟ ପୂରା କରି ପାରିନାହିଁ।  ସବୁ କିଟରେ କିଛି ନା କିଛି ତ୍ରୁଟି ରହିଛି।

ନିକଟରେ ଭାରତ ଚୀନକୁ ଦେଢ କୋଟିର ପିପିଇ ଅର୍ଡର ଦେଇଥିଲା। ଏଥିରେ ଗାଉନ, ମାସ୍କ, ଗ୍ଲୋଭ୍ସ ଓ ଚଷମା ଆଦି ସାମିଲ। ଏହା ପୂର୍ବରୁ ଭାରତ ଚୀନଠୁ ୧.୫ ମିଲିୟନ ଟେଷ୍ଟିଂ କିଟ୍ କିଣିଛି। ଏଥିରୁ  କିଛି ଭାରତ ପହଞ୍ଚି ସାରିଛି।

wp:core-embed/twitter {"url":"https://twitter.com/ANI/status/1251142287079301123?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251142287079301123\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fabout-63-000-ppe-kits-which-arrived-from-china-recently-did-not-fulfill-the-criteria-health-ministry-sources-3026104.html","type":"rich","providerNameSlug":"twitter","className":""}
https://twitter.com/ANI/status/1251142287079301123?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1251142287079301123&ref_url=https%3A%2F%2Fhindi.news18.com%2Fnews%2Fnation%2Fabout-63-000-ppe-kits-which-arrived-from-china-recently-did-not-fulfill-the-criteria-health-ministry-sources-3026104.html
/wp:core-embed/twitter

ଏବେ କିଛି ଦିନ ପୂର୍ବେ ଚୀନର ବଡ କମ୍ପାନୀ ପକ୍ଷରୁ ଭାରତକୁ ଦାନ ରୂପେ ମିଳିଥିବା ଅନେକ କିଟ୍ ଯାଞ୍ଚ ସମୟରେ ନିମ୍ନ ମାନର ବାହାରିଛି।  ଦ ଇକୋନୋମିକ୍ସ ଟାଇମ୍ସ ଅନୁସାରେ ଚୀନରୁ ଏକ ଲକ୍ଷ ୭୦ ହଜାର କିଟ୍ ଭାରତ ଆସିଛି। ଏଥିରୁ ୫୦ ହଜାର କିଟ୍ ଗୁଣବତ୍ତାରେ ଫେଲ୍ ହୋଇଛି। ୩୦ ହଜାର ଓ ୧୦ ହଜାର କିଟ୍ ଦୁଇଟି ଛୋଟ କନସାଇନମେଣ୍ଟରେ ଆସିଛି, ଯାହା ପରୀକ୍ଷଣରେ ଫେଲ୍ ମାରିଛି। ଏହି ସବୁ କିଟ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକଶିତ ସଂସ୍ଥା(DRDO)ର ଗ୍ଵାଲିୟର ଲ୍ୟାବରେ ପରୀକ୍ଷା କରାଯାଇଥିଲା।

ଦ ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ଦେଶରେ ଆଗାମୀ ଦୁଇ ମାସରେ ପ୍ରାୟ ଦେଢ କୋଟି ପିପିଇ ଓ ୧୬ ଲକ୍ଷ ଟେଷ୍ଟିଙ୍ଗ କିଟ୍‌ର ଆବଶ୍ୟକତା ହେବ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସ୍ପେନ, ବ୍ରିଟେନ୍ ମଧ୍ୟ ନିମ୍ନମାନର କିଟ୍ ନେଇ ଚୀନ ନିକଟରେ ଅଭିଯୋଗ କରିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.