Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ: ମହାପ୍ରଭୁଙ୍କ ସେବା ପୂଜା ପାଇଁ କରାଗଲା ବିକଳ୍ପ ବ୍ୟବସ୍ଥା

20/09/2020 at 1:09 PM

ପୁରୀ୨୦/୯:  ପୁରୀ ସହରରେ କୋଭିଡ଼ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ ହୋଇ ସାରିଲେଣି। ଯାହା ଫଳରେ ମହାପ୍ରଭୁଙ୍କ ପ୍ରତିଦିନ ସେବା ପୂଜା କରୁଥିବା ସେବାୟତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗାମୀ ଦିନରେ ଶ‌୍ରୀଜୀଉଙ୍କ ସେବା ପୂଜା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଉପୁଜିଲାଣି। ତେବେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ବିକଳ୍ପ ବ୍ୟବସ୍ଥା ରହିଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।

ମହାମାରୀ କରୋନା ଯୋଗୁଁ ଅନେକ ସେବାୟତ କୋଭିଡ଼ ସଂକ୍ରମିତ ହେଉଥିବା ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦିନ ସେବାୟତ ମାନେ କୋଭିଡ଼ ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ପାଳିଆ ସେବାୟତ ଓ ଦୈନନ୍ଦିନ ମହାପ୍ରଭୁଙ୍କ ସେବା ପୂଜା କରୁଥିବା ସେବାୟତ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

ତେବେ ଆଗାମୀ ଦିନରେ ସେବାୟତଙ୍କ ପଜିଟିଭ ସଂଖ୍ୟା ହ୍ରାସ ପାଇଲେ ମହାପ୍ରଭୁଙ୍କ ସେବା ପୂଜା ବ୍ୟାଘାତ ହେବା ସମ୍ଭାବନା ଦେଖା ଦେଇଛି। ସୂଚନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସେବା ପୂଜା ପାଇଁ ୧୩ ଜଣ ଲେଖାଏଁ ମୋଟ ୩୯ ଜଣ ପୂଜାପଣ୍ତା ସେବକ ପାଳି ଖଟିଥାନ୍ତି। ରୋଟେସନ ଭିତିରେ ଏହି ସେବା ପୂଜା କରାଯାଉଥିବା ବେଳେ ଏଥି ମଧ୍ୟରୁ ଏବେ ୮ ଜଣ ଅସୁସ୍ଥ। ତେଣୁ ଆଗାମୀ ଦିନରେ ଯଦି ଅଧିକ ରୁ ଅଧିକ ସେବାୟତ ସଂକ୍ରମିତ ହୁଅନ୍ତି ତାହାଲେ ମହାପ୍ରଭୁଙ୍କ ନୀତି କାନ୍ତିରେ ବାଧା ଉପୁଜିବା ଆଶଙ୍କା ରହିଥିବା କହିଛନ୍ତି ସେବାୟତ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ସହ ସିଧାସଳଖ ସଂପର୍କ ରହିଛି ପୂଜାପଣ୍ତା, ସିଂହାରୀ, ମେକାପ, ପୁଷ୍ପାଳକ ଓ ମହାଜନ ସେବାୟତଙ୍କ। ଦିନକୁ ଦିନ ଏମାନଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ନିଯୋଗର ସେବାୟତ ମାନେ କୋଭିଡ଼ ଆକ୍ରାନ୍ତ ହେଉଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ଅନେକ ସଂକ୍ରମିତ ଥିବା ସେବାୟତ ପୁରୀର କୋଭିଡ଼ କେୟାର ସେଣ୍ଟର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସେହିପରି ଯେଉଁ ସେବାୟତ ମାନେ ହୋମ ଆଇସୋଲେସନରେ ଅଛନ୍ତି ସେମାନେ ସଠିକ ଭାବେ ନିୟମ ପାଳନ କରି ପାରୁନାହାନ୍ତି। କାରଣ ଅନେକ ସେବାୟତଙ୍କ ଘର ବହୁତ ଛୋଟ ଓ କୋଠରୀ ସଂଖ୍ୟା କମ୍। ତେଣୁ ଜଣେ ସଂକ୍ରମିତ ହେଲେ ଏହା ଅନ୍ୟ ମାନଙ୍କୁ ବ୍ୟାପୁଛି। ଅନ୍ୟପଟେ ମହାପ୍ରଭୁଙ୍କ ସେବା ପୂଜାରେ କୌଣସି ବ୍ୟାଘାତ ଘଟିଲା ଭଳି ଗୁରୁତୁର ପରିସ୍ଥିତି ଆସିନଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ।

ତେବେ ସଂକ୍ରମଣ ଯୋଗୁଁ ସେବାୟତଙ୍କ ସଂଖ୍ୟା କମ୍ ହେଲେ କିମ୍ୱା କୌଣସି କାରଣରୁ ଜଣେ ସେବାୟତ ଅନୁପସ୍ଥିତ ରହିଲେ ଅନ୍ୟ କେଉଁ ସେବାୟତ ବିକଳ୍ପ ଭାବେ ମହାପ୍ରଭୁଙ୍କ ସେବା ପୂଜା କରିପାରିବେ ବୋଲି ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟରେ ଉଲ୍ଲେଖ ରହିଥିବା କହିଛନ୍ତି ସେବାୟତ।

   Related Posts