Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନାବାଳିକାକୁ ବାରମ୍ବାର ଦୁଷ୍କର୍ମ,ଗର୍ଭପାତ: ପୀଡିତାଙ୍କ ବୟାନ ରେକର୍ଡ କଲେ ଏସ୍‌ପି, ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

25/06/2020 at 3:33 PM

ରାଉରକେଲା୨୫/୬: ବେଆଇନ୍ ଭାବେ ରାତିଅଧିଆ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୀଡିତାଙ୍କ ସାବତ ବାପାଙ୍କ ନାଁ ମଧ୍ୟ ରହିଛି। ପୀଡିତାଙ୍କ  ସାବତ ବାପା ଏକ ବର୍ଷ ହେଲା ତାଙ୍କ ମାଆଙ୍କୁ ଛାଡ଼ି କୁଆଡେ ଚାଲି ଯାଇଛନ୍ତି।ଖାଲି ସେତିକି ନୁହେଁ ତାଙ୍କ ମାଆ ମଧ୍ୟ ଅନ୍ୟ ଏକ ପୁରୁଷ ସହ ଦିଲ୍ଲୀରେ ରହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ପୀଡିତା ତାଙ୍କ ଜେଜେ ମାଆଙ୍କ ସହ ଗାଁ​‌ରେ ରହୁଥିଲେ।

ବେଆଇନ୍ ଭାବେ ପୀଡିତାଙ୍କ ଗର୍ଭପାତ କରାଇଥିବା ଥାନା ଅଧିକାର ଏବଂ ଡାକ୍ତରଙ୍କ ସମେତ ୬ ଜଣ ଏବେ ହରଡ଼ଘଣାରେ ପଡିଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ ଏସ୍‌ପି ରାଏବଗା ଥାନାରେ ପହଁଞ୍ଚିଥିଲେ। ସେଠାରେ ପହଁଞ୍ଚିବା ପରେ ଘଟଣା ସଂପର୍କରେ ବୁଝିଥିଲେ। ଏହାପରେ ଚାଇଲ୍‌ଡ ଲାଇନ୍‌ରେ ଏସ୍‌ପି ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ଅଧିକ ତତ୍ପର ଦେଖାଇଛନ୍ତି। ସୁନ୍ଦରଗଡ ଏସ୍‌ପି କହିଛନ୍ତି, ଏହି ଘଟଣାରେ ଯେଉଁମାନେ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଏହି ଘଟଣାରେ ଜିଲ୍ଲା କଂଗ୍ରେସ ଥାନା ଘେରାଉ ପାଇଁ ସଜବାଜ ଆରମ୍ଭ କରିଛି।

ରିର୍ପୋଟ୍ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ରାଏବଗା ଥାନାରେ ବୀରମିତ୍ରପୁର ଥାନା ଅଧତ୍କାରୀ, ବୀରମିତ୍ରପୁର ଥାନାର ଏସଆଇ, ନାବାଳିକାର ସାବତ ବାପା, ସାବତ ବାପାଙ୍କ ସାଙ୍ଗନାଁରେ ଏତଲା ଦାୟର କରିଥିଲେ। ଏହାପରେ ବି ବେଆଇନ୍ ଭାବେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଡାକ୍ତରଖାନାର ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

   Related Posts