'ତୁ ଭଲରେ ଥା ମୁଁ ଯାଉଛି, ଆଉ ହେବନି ଦେଖା' ; ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ

Published By : Prameya-News7 Bureau | May 19, 2022 IST

ଭୁବନେଶ୍ବର ୧୯।୦୫ : ଆଉ କିଛି ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ସଂପର୍କୀୟ ।

wp:html /wp:html

ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଘ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ଏପରି କିଛି ଟ୍ୱିଷ୍ଟ । ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି । ଯେଉଁଥିରେ ଏକ ହାତଲେଖା ସୁଇସାଇଡ୍ ନୋଟ୍ ମିଳିଛି । ଘର ଲୋକେ ଏହା ଅବିନାଶର ହାତଲେଖା ବୋଲି ଚିହ୍ନଟ କରିଛନ୍ତି  । ଆଉ ଏହି ଚିଠିରେ ଏହିପରି ଭାବରେ କିଛି ଲେଖାଥିବା ସୂଚନା ମିଳିଛି । ତେବେ ସୁଇସାଇଡ୍‌ ନୋଟ୍‌ଟି ଅବିନାଶଙ୍କର ବୋଲି ପରିବାର ଲୋକ ସ୍ପଷ୍ଟ କରିଛନ୍ତି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।  

ସୂଚନାଯୋଗ୍ୟ ଯେ,  ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଥିଲା । ମୃତ ଯୁବକ ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ ଏବଂ ତାଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅବିନାଶ ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.