ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ ମିସାଇଲ 'ଅଭ୍ୟାସ'ର ସଫଳ ପରୀକ୍ଷଣ, ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରୁ କରାଗଲା ଉତକ୍ଷେପଣ

Published By : Prameya-News7 Bureau | October 23, 2021 IST

ବାଲେଶ୍ୱର ୨୩/୧୦: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ରୁ ଶୁକ୍ରବାର ହାଇସ୍ପିଡ୍‌ ଏକ୍ସପେଣ୍ଡେବଲ୍‌ ଏରିୟଲ୍‌ ଟାର୍ଗେଟ (ହିଟ୍‌) “ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି । କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା । ଏହା ଟାର୍ଗେଟ୍‌କୁ ଲକ୍ଷ୍ୟ ଭେଦ କରିଥିଲା । ପରୀକ୍ଷଣ ବେଳେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ-ଆଧାରିତ ନିୟନ୍ତ୍ରକରୁ ଟାର୍ଗେଟକୁ ଉତ୍‌କ୍ଷେପଣ କରାଯାଇଥିଲା ।

“ଅଭ୍ୟାସ’ ହେଉଛି ଚାଳକବିହୀନ ଦ୍ରୁତଗାମୀ ଟାର୍ଗେଟ୍‌ ଏୟାର କ୍ରାଫ୍‌ଟ । ରାଡାର, ଇଲେକ୍ଟ୍ରୋ ଅପଟିକ ସିଷ୍ଟମ୍‌ ଦ୍ୱାରା ଏହା ପରିଚାଳିତ । ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ବିମାନକୁ ଚିହ୍ନଟ କରି ଟାର୍ଗେଟ କରିବାରେ ଦକ୍ଷତା ଏହି କ୍ଷେପଣାସ୍ତ୍ରର ରହିଛି । ଏଥିରେ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ବ୍ୟବହାର କରାଯାଇଛି । ଏମ୍‌ଇଏମ୍‌ଏସ୍‌ ନାଭିଗେସନ୍‌ ସିଷ୍ଟମରେ ଏହା କାର୍ଯ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.