ଅଭିଷେକଙ୍କ ଜନ୍ମଦିନ ଶୁଭେଚ୍ଛାରେ କାହିଁକି ଖୁସି ହୋଇଗଲେ ଅମିତାଭ ବଚ୍ଚନ, କଣ ପାଇଁ ଭାଇରାଲ ହେଉଛି ଜୁନିୟର୍ ବଚ୍ଚନଙ୍କ ଇନ୍‌ଷ୍ଟା ପୋଷ୍ଟ

Published By : Prameya-News7 Bureau | October 11, 2020 IST

ମୁମ୍ବାଇ ୧୧/୧୦: ଆଜି ବଲିଉଡ୍ ଶେହନସାହ ଅମିତାଭ ବଚ୍ଚନଙ୍କ ୭୮ ତମ ଜନ୍ମଦିନ। ବିଗ୍‌ ବିଙ୍କ ଜନ୍ମଦିନକୁ ତାଙ୍କ ପ୍ରଶଂସକ ବିଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। କିନ୍ତୁ ତାଙ୍କ ପୁଅ ତଥା ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବାପା ଅମିତାଭଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା। ଇନ୍‌ଷ୍ଟାଗ୍ରାମରେ ଅଭିନେତାଙ୍କ ଶୁଭେଚ୍ଛା ବେଶ ଭାଇରାଲ୍‌ ହୋଇଛି।

ଅମିତାଭ ବଚ୍ଚନଙ୍କ ପିଲା ବେଳର ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିଷେକ ବଚ୍ଚନ। ଅମିତାଭଙ୍କ ଗୁରୁଣ୍ଡିବା ଦିନର ଫଟୋ ସେୟାର କରି ଅଭିଷେକ ଲେଖିଛନ୍ତି ‘ହାପି ବାର୍ଥ ଡେ ବି!’ #theOG #MyHero #78 Love you,Pa।

{"id":342660,"sizeSlug":"large"}

ଲିଜେଣ୍ଡାରି ଆକ୍ଟର ଅଭିତାଭଙ୍କ ଜନ୍ମଦିନରେ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ସିତ ମଧ୍ୟ ଅମିତାଭଙ୍କୁ ଶୁଭକାମନା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଦିକ୍ସିତ ଲେଖିଛନ୍ତି ‘ଆପଣ ଭାରତୀୟ ସିନେମାର ପ୍ରକୃତ କିମ୍ବଦନ୍ତୀ। ମୋ ସହ ଅନ୍ୟମାନଙ୍କର ଆପଣ ପ୍ରେରଣା। ଆଗାମୀ ବର୍ଷ ଶୁଭଙ୍କର ହେଉ।’

{"id":342661,"width":636,"height":558,"sizeSlug":"large"}

ସେହିଭଳି ତାପସୀ ପନୁ ଲୋଖିଛନ୍ତି, ‘ଜନ୍ମଦିନର ଅଭିନନ୍ଦନ ରକ୍‌ଷ୍ଟାର ! ଆପଣ ଜଣେ ଶାନ୍ତ ସ୍ବଭାବର ଲୋକ ଯାହାଙ୍କ ସହ ମୁଁ କାମ କରିଛି। ଆମାର ହ୍ୟାଟ୍ରିକ୍‌ ବାକି ଅଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.