ପୁଣି ଟ୍ରୋଲର ଶିକାର ହେଲେ ଅଭିଷେକ: କାହିଁକି ଟ୍ରୋଲ କଲେ ୟୁଜର

Published By : Prameya-News7 Bureau | March 22, 2020 IST

ମୁମ୍ବାଇ ୨୨/୦୩ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ଅମିତାଭ ଭଳି ଲୋକପ୍ରିୟତା ମିଳି ପାରିନାହିଁ | ଏଥିପାଇଁ ତାଙ୍କୁ ସବୁବେଳେ ଟ୍ରୋଲର ଶିକାର ହେବାକୁ ପଡିଥାଏ | କିନ୍ତୁ ଅଭିଷେକ ମଧ୍ୟ ଜବାବ ଦେବାରେ ପଛାଇ ନଥାନ୍ତି | ନିଜ ଜବାବରେ ସେ ପ୍ରମାଣ କରିଦେଇଥାନ୍ତି ଯେ ସେ ଜୁନିୟର ବଚ୍ଚନ | ଅଭିଷେକ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହନ୍ତି | ପ୍ରତ୍ୟେକ ଛୋଟ ବଡ଼ ମାମଲାରେ ସେ ନିଜ ମତାମତ ରଖିଥାନ୍ତି | କିଛି ଦିନ ପୂର୍ବରୁ ଜୁନିୟର ବଚ୍ଚନଙ୍କୁ ୟୁଜର ବେକାର ବୋଲି କହିଛନ୍ତି | ଏହାପରେ ଅଭିଷେକ ୟୁଜରଙ୍କୁ ମୁହଁତୋଡ ଜବାବ ଦେଇଥିଲେ |

ଜଣେ ୟୁଜର ଲେଖିଥିଲେ, "ଡିୟର ଅଭିଷେକ ଏହି ଆତଙ୍କ ସମୟରେ ଆପଣଙ୍କୁ ଲୋକଙ୍କୁ ଶିକ୍ଷା ଦେବା ଉଚିତ ଯେ କିଭଳି ଘରେ ଶାନ୍ତିରେ ବସିହେବ | ଘରେ ବସିବା ଦକ୍ଷତା ଆପଣଙ୍କ ପାଖରେ ବହୁତ | ଦୟାକରି ଏହି ଥଟ୍ଟାକୁ ସିରିୟସ ନିଅ ନାହିଁ | ବ୍ୟକ୍ତିଗତ ଭାବେ ମୁଁ ଆପଣଙ୍କର ବହୁତ ବଡ଼ ପ୍ରଶଂସକ |" 

ଜବାବରେ ଅଭିଷେକ କହିଲେ, "ବହୁତ ବହୁତ ଧନ୍ୟବାଦ, କିନ୍ତୁ ଆଜ୍ଞା ସମ୍ମାନର ସହ କହିବାକୁ ଚାହିଁବି ଯେ ଏହିଭଳି ପରିସ୍ଥିତିରେ କାହାକର ଥଟ୍ଟା ପରିହାସ କରିବା ଉଚିତ ନୁହେଁ | ନିଜର ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ଏବଂ ନିଜ ଚାରିପାଖ ଲୋକଙ୍କ ପାଇଁ ସହାୟକ ହୁଅନ୍ତୁ |"

ଅଭିଷେକଙ୍କ ଏହି ଟ୍ୱିଟକୁ ଲୋକେ ବହୁତ ପ୍ରଶଂସା କରିଛନ୍ତି | ଜଣେ ୟୁଜର କହିଥିଲେ ଆପଣଙ୍କ ଚିନ୍ତାଧାରା ସମ୍ପୂର୍ଣ ସକାରାତ୍ମକ | ତେବେ କାମ ନ ମିଳିବାରୁ ପ୍ରଥମଥର ପାଇଁ ଅଭିଷେକ ଟ୍ରୋଲ ହୋଇନାହାନ୍ତି | ଆଗରୁ ମଧ୍ୟ ୟୁଜର ତାଙ୍କୁ ଟ୍ରୋଲ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.