ମୁମ୍ବାଇ୧୪|୧୦: ବଲିଉଡ ବ୍ୟୁଟି କୁଇନ୍ ଐଶ୍ବର୍ଯ୍ୟା ରାୟ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପରଦାରେ ଅଭିନୟ କରନ୍ତୁ ବା ନକରନ୍ତୁ ହେଲେ ତାଙ୍କ କ୍ରେଜ ସର୍ବଦା ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ। ବଲିଉଡ ତଥା ହଲିଉଡରେ ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସ ଅଛନ୍ତି। ସମଗ୍ର ବିଶ୍ବ ତାଙ୍କୁ ନୀଳନୟନା ଭାବେ ଜାଣନ୍ତି। ଐଶ୍ବର୍ଯ୍ୟାଙ୍କୁ ଏବେ ୪୫ ବର୍ଷ। ହେଲେ ଆଜି ମଧ୍ୟ ସେ କାହାଠୁ କୌଣସି ଜିନିଷରେ କମ ନାହାନ୍ତି। ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ଆଗରେ ସମସ୍ତେ ଫିକା ପଡିଯାଆନ୍ତି।
{"id":170259}ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟାଙ୍କ ବିବାହକୁ ୧୩ ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କୁ ବଲିଉଡର ସବୁଠୁ ପାୱରଫୁଲ ଓ ସୁନ୍ଦର ଯୋଡି ବୋଲି କୁହାଯାଏ। ୨୦୦୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ଅଭି ଓ ଐଶଙ୍କ ବିବାହ ବଚ୍ଚନ ପରିବାର ବଙ୍ଗଳା ପ୍ରତୀକ୍ଷାରେ ହୋଇଥିଲା। ଉଭୟଙ୍କ ଝିଅ ଆରାଧ୍ୟାକୁ ଏବେ ମାତ୍ର ୮ ବର୍ଷ। ସୂଚନାଯୋଗ୍ୟ ଯେ, ଏହି ଦମ୍ପତ୍ତି ୨୦୧୫ ମସିହାରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ହେଲେ ଏଯାଏଁ ସେମାନେ ସେଠାକୁ ସିଫ୍ଟ ହୋଇନାହାନ୍ତି। ଏବେ ଜୁହୁ ସ୍ଥିତ ଜଲସା ବଙ୍ଗଳାରେ ଉଭୟ ରହୁଛନ୍ତି।
{"id":170262}ତେବେ ଖବର ଆସିଛି ଯେ, ଉଭୟ ନେଇଥିବା ନୂଆ ଘରକୁ ଐଶ୍ବର୍ଯ୍ୟା ସିଫ୍ଟ ହେବାକୁ ଚାହାନ୍ତି। ଏନେଇ ସେ ଅଭିଷେକଙ୍କ ପାଖରେ ବରାବର ଜିଦ୍ କରିଆସିଛନ୍ତି। ହେଲେ ଅଭିଷେକ ଏବେ ନିଜ ମାଆ ବାପାଙ୍କ ସହ ରହିବାକୁ ଚାହାନ୍ତି। କିଛି ଦିନ ପୂର୍ବରୁ ଏହି ଦମ୍ପତ୍ତି ଅଲଗା ସିଫ୍ଟ ହେବା ପାଇଁ ମୁମ୍ବାଇ ବାନ୍ଦ୍ରାରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ଏହି ନୂଆ ଫ୍ଲାଟର ଦାମ ୨୧ କୋଟି ଟଙ୍କାରୁ ମଧ୍ୟ ଅଧିକ।
{"id":170263}ଏବେ ଐଶ୍ବର୍ଯ୍ୟା ଅଲଗା ରହିବାକୁ ଚାହୁଁଛନ୍ତି। କିନ୍ତୁ ଅଭିଷେକ ତାଙ୍କର ଏହି କଥା ରଖିପାରୁନାହାନ୍ତି। କାରଣ ସେ ଏବେ ତାଙ୍କ ମାଆ ବାପାଙ୍କୁ ଛାଡି ଯିବାକୁ ଚାହାନ୍ତି ନାହିଁ। ତେବେ ଏହି ନୂଆ ଘରକୁ ସିଫ୍ଟ ହେବା ପରେ ଅଭି ଓ ଐଶ୍ଙ୍କ ପଡୋଶୀ ସନୋମ କପୁର ହେବେ। ସୋନମ୍ ମଧ୍ୟ ଏହି ବିଲଡିଂରେ ଏକ ଫ୍ଲାଟ କିଣିଛନ୍ତି। ଏହାର ଦାମ ୩୫ କୋଟିରୁ ଅଧିକ।
wp:heading {"level":1}