Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜେରା ତାରିଖରେ ବ୍ୟୁଟି ପାର୍ଲରେ ଥିଲେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ, ଇଡିର ବିସ୍ଫୋରକ ଖୁଲାସା

21/09/2021 at 9:29 PM

ନୂଆଦିଲ୍ଲୀ ୨୧।୦୯: ଜେରା ତାରିଖ ଦିନ ବ୍ୟୁଟି ପାର୍ଲରରେ ଥିଲେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁବିରା ବାନାର୍ଜୀ। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ପାରିଲେ ନାହିଁ। ଏମିତି କୋର୍ଟରେ ଚାଞ୍ଚଲ୍ୟକର ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏପରିକି ଏହାର ପ୍ରମାଣ ଥିବା କହିଛି ଯାଞ୍ଚ ଏଜେନ୍ସି।

ମନି ଲଣ୍ଡ୍ରିଂ କେସ୍‌ରେ ଅଭିଯୁକ୍ତ  ଦର୍ଶାଯାଇଥିବା ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଞ୍ଚଲ୍ୟକର ଖୁଲାସା କରିଛି। ମଙ୍ଗଳବାର ଇଡି ପକ୍ଷରୁ ଦିଲ୍ଲୀ  ହାଇକୋର୍ଟରେ ଦାବି କରାଯାଇଛି ଯେ, ସମନ ତାରିଖରେ ରୁଜିରା ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲରରେ ଥିଲେ। ଏହା ପୂର୍ବରୁ ରୁଜିରା ଇଡିରେ ହାଜର ହେବାରୁ ବର୍ତ୍ତିବା ପାଇଁ ପାଟନାରେ ଥିବା କହିଥିଲେ। ହେଲେ ଯାଞ୍ଚ ଏଜେନ୍ସିର କହିବା କଥା ଯେଉଁ ଦିନ ତଦନ୍ତରେ ସାମିଲ୍ ହେବାର ଥିଲା ସେଦିନ ରୁଜିରା ପାଟନା ନୁହେଁ ବରଂ ଦିଲ୍ଲୀର ଏକ ବ୍ୟୁଟି ପାର୍ଲରରେ ଥିଲେ। ଏହାର ପ୍ରମାଣ ଆମ ପାଖରେ ଥିବା କହିଛି ଇଡି।

ଅନ୍ୟପଟେ ଇଡିର ଦାବିକୁ  ବାନାର୍ଜୀଙ୍କ ଓକିଲ ଖାରଜ କରିଛନ୍ତି। ରୁଜିରା ବାନାର୍ଜୀଙ୍କ ଓକିଲ କହିଛନ୍ତି, ସେ ଦିଲ୍ଲୀର ବ୍ୟୁଟି ପାର୍ଲର ନିଶ୍ଚୟ ଯାଇଥିଲେ, କିନ୍ତୁ ସେ ଦିନ ନୁହେଁ ଯେଉଁ ଦିନ ତାଙ୍କୁ ଇଡିରେ ହାଜର ହେବାର ଥିଲା। ପଶ୍ଚିମବଙ୍ଗରେ ଏକ କୋଇଲା ଦୁର୍ନୀତି ସଂପର୍କିତ ମନି ଲଣ୍ଡ୍ରିଂ ମାମଲାର ଏକ କେସ୍‌ରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ପତ୍ନୀ କୋଲକାତା  ହାଇକୋର୍ଟରେ ଆବେଦନ କରି ଇଡିର ସମନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ। ହେଲେ ଅଦାଲତ ଉଭୟଙ୍କ ଆବେଦନ ଖାରଜ କରିଛନ୍ତି।

ଅଦାଲତରେ ଏହି ଆବେଦନ ଉପରେ ଶୁଣାଣି  ବେଳେ ଆଡିସିନାଲ ସଲିସିଟର ଜେନେରାଲ ଏସଭି ରାଜୁ ଇଡି ତରଫରୁ  ହାଜର ହୋଇଥିଲେ। ସେ ଅଦାଲତରେ କହିଛନ୍ତି ଯେ, ଆମ ପାଖରେ ଦେଖାଇବାକୁ ପ୍ରମାଣ ଅଛି ଯେ, ଇଡିରେ ଯେଉଁ ଦିନ ହାଜର ଥିବାର ଥିଲା ସେ ଦିନ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ଦିଲ୍ଲୀର ଏକ ପାର୍ଲରେ ଥିଲେ। ହେଲେ ରୁଜିରାଙ୍କ ଦାବି ସେ ଦିଲ୍ଲୀ ନୁହେଁ ପାଟନାରେ ଥିଲେ।

ଆଡିସିନଲ ଜେନେରାଲ କହିଛନ୍ତି, ଯଦି ସେ ବ୍ୟୁଟି ପାର୍ଲର ପାଇଁ ଦିଲ୍ଲୀ ଆସି ପାରୁଛନ୍ତି ତେବେ ଯାଞ୍ଚ ପାଇଁ ମଧ୍ୟ ଆସି ପାରିବେ। ମାତ୍ର ଦୁର୍ଭାଗ୍ୟର କଥା ଆମ ଅଧିକାରୀଙ୍କ  ନିକଟରେ ସେହି ସର୍ଭିସ ନାହିଁ ଯାହା ବ୍ୟୁଟି ପାର୍ଲରରେ ମିଳିଥାଏ।  ବାନାର୍ଜୀ ଦମ୍ପତ୍ତିଙ୍କ ପକ୍ଷରୁ ଅଦାଲତରେ ହାଜର ବରିଷ୍ଠ ଓକିଲ କପିଲ ସିବଲ ଇଡିର ଏହି ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଇଡି ତରଫରୁ ଏହି ଧରଣର ଯୁକ୍ତିର ଆଶା କରାଯାଇନଥିଲା। ମହିଳା ଦିଲ୍ଲୀରେ ଥିଲେ,  କିନ୍ତୁ ସେ ଦିନ ନୁହେଁ ଯେଉଁ ଦିନ ଇଡିରେ ହାଜର ହେବାର ଥିଲା।

   Related Posts