ବିଜୟ ପରେ ପୁତୁରା ଅଭିଷେକଙ୍କୁ ପ୍ରମୋସନ୍‌ ଦେଲେ ମମତା , ଦଳରେ ମିଳିଲା ବଡ଼ ଦାୟିତ୍ୱ

Published By : Prameya-News7 Bureau | June 05, 2021 IST

କୋଲକାତା ୦୫/୦୬ : ଟିଏମସି ପ୍ରମୁଖ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବଡ ଦାୟିତ୍ୱ ଦେଇଛି । ତାଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି ମମତା । ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନେଇ ବିରୋଧୀ ମମତାଙ୍କ ଉପରେ ପରିବାରବାଦ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଦଳ ଜିତିବା ପରେ ଅଭିଷେକଙ୍କୁ ନୂଆ ଦାୟିତ୍ୱ ମିଳିଛି ।

ଅଭିଷେକ ବାନାର୍ଜୀ ବର୍ତ୍ତମାନ ଦଳର ଯୁବମୋର୍ଚ୍ଚା ଅଧ୍ୟକ୍ଷ ଅଛନ୍ତି । କିନ୍ତୁ ଗୋଟିଏ ନେତା ଗୋଟିଏ ପଲିସିକୁ ଦୃଷ୍ଟିରେ ରଖି ସେ ଶନିବାର ଦିନ ଟିଏମସି ଯୁବମୋର୍ଚ୍ଚା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଅଭିଷେକ ବାନାର୍ଜୀ ନିର୍ବାଚନ ସମୟରେ ଖୁବ ପ୍ରଚାର କରିଥିଲେ । ଦଳକୁ ଜିତାଇବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଅଭିନେତାରୁ ରାଜନେତା ହୋଇଥିବା ସୟାନି ଘୋଷଙ୍କୁ ଟିଏମସି ଯୁବମୋର୍ଚ୍ଚାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ବଙ୍ଗଳାରେ ବିଜୟ ହାସଲ କରିବା ପରେ ବର୍ତ୍ତମାନ ଟିଏମସି ଚାଷୀ ନେତା ରାକେଶ ଟିକାୟତଙ୍କୁ ବଙ୍ଗଳା ଆସିବାକୁ ଆମନ୍ତ୍ରଣ କରିଛି । ଦଳ ରାକେଶ ଟିକାୟତଙ୍କୁ ଜୁନ ୯ ତାରିଖରେ ପଶ୍ଚିମବଙ୍ଗ ଆସିବାକୁ ଆମନ୍ତ୍ରଣ କରିଛି । ରାକେଶ ଟିକାୟତ ନିର୍ବାଚନ ସମୟରେ ନନ୍ଦିଗ୍ରାମରେ ପ୍ରଚାର କରିଥିଲେ । ବର୍ତ୍ତମାନ ମମତା ରାକେଶ ଟିକାୟତଙ୍କୁ ଡକାଇଛନ୍ତି ଓ କୃଷି ଆନ୍ଦୋଳନର ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ କହିଛନ୍ତି । ମମତା କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇ ଲଗାତାର କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.