ଜୁଲାଇ ୧ ତାରିଖରେ ପ୍ରଶଂସକଙ୍କୁ ଏକ ବଡ ସରପ୍ରାଇଜ ଦେବେ ଅଭିଷେକ ବଚ୍ଚନ

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୬ : ଲକଡାଉନ ମଧ୍ୟରେ ଅନଲକ-୧ ରେ ଫିଲ୍ମ ସୁଟିଂ ଆରମ୍ଭ ହୋଇଛି | ଇତି ମଧ୍ୟରେ ଅନେକ ଧମକେଦାର ୱେବସିରିଜ ମଧ୍ୟ ଘୋଷଣା ହୋଇଛି | ବଲିଉଡ ତାରକା ଅଭିଷେକ ବଚ୍ଚନ ମଧ୍ୟ ୱେବସିରିଜରେ ଏଣ୍ଟ୍ରି କରିବାକୁ ଘୋଷଣା କରିଛନ୍ତି | ଜୁନିଅର ବଚ୍ଚନଙ୍କ ଏହା ପ୍ରଥମ ୱେବସିରିଜ | ଏହା ଆମାଜନ ପ୍ରାଇମି ଭିଡିଓରେ ରିଲିଜ ହେବ | ଏହି ୱେବସିରିଜର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି | ଏହା ଆମାଜନ ପ୍ରାଇମି ଭିଡିଓର ଲୋକପ୍ରିୟ ୱେବସିରିଜର ଦ୍ୱିତୀୟ ଶୀଜନ Breathe: Into the shadows

{"id":288210,"sizeSlug":"large"}

Breathe: Into the shadows ର ଦ୍ୱିତୀୟ ଶୀଜନ ଜୁଲାଇ ୧୦ ତାରିଖରେ ରିଲିଜ ହେବ | ଏଥିରେ ଅଭିଷେକ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି | ଏହାର ପୋଷ୍ଟର ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି |

{"id":288213,"sizeSlug":"large"}

ଅଭିଷେକ ବାଛ ନିଜର ଡିଜିଟାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି | ସେ ଏକ ସାଇକୋଲୋଜିକାଲ କ୍ରାଇମ ଥ୍ରୀଲର ବାଛିଛନ୍ତି | ଏହି ସିରିଜ ଜରିଆରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିତ୍ୟା ସେନନ ମଧ୍ୟ ନିଜର ଡିଜିଟାଲ ଡେବ୍ୟୁ କରୁଛନ୍ତି | ଅଭିଷେକ ବଚ୍ଚନଙ୍କ ଏହି ଡିଜିଟାଲ ଡେବ୍ୟୁ ପ୍ରଶଂସକଙ୍କ ପାଇଁ କୌଣସି ସରପ୍ରାଇଜରୁ କମ ନୁହେଁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.