ଅନେକ ସମୟ ପରେ ବଲିଉଡରେ କମ୍‌ବ୍ୟାକ୍‌ କରିବେ ଅଭିଷେକ ବଚ୍ଚନ, ଏହି ହଟ୍‌ ଅଭିନେତ୍ରୀଙ୍କ ସହ କରିବେ ଏଣ୍ଟ୍ରୀ…

Published By : Prameya-News7 Bureau | January 17, 2020 IST

ମୁମ୍ବାଇ୧୭|୧: ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ନିଜ ଫିଲ୍ମ ଲାଇଫ ସହ ବେଶ ଖୁସି ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ସହ ସେ ନିଜ ବୈବାହିକ ଜୀବନରେ ମଧ୍ୟ ଖୁବ୍‌ ସନ୍ତୁଷ୍ଟ ଅଛନ୍ତି। ଏବେ ଅନେକ ଦିନର ବ୍ରେକ୍‌ ପରେ ପୁଣି ଥରେ ପରଦାରକୁ କମ୍‌ବ୍ୟାକ୍‌ କରିବେ ଅଭିଷେକ।

{"id":212353,"sizeSlug":"large"}

କେବଳ ଅଭିଷେକ ନୁହେଁ ବରଂ ତାଙ୍କ ସହ ଶାହରୁଖ ଖାନ୍‌ ମଧ୍ୟ କାମ କରିବେ। ଶାହରୁଖ ପରଦା ପଛରେ ମଧ୍ୟ ଏହି ଫିଲ୍ମ ପାଇଁ କାମ କରିବେ। ଶାହରୁଖ୍ ଖାନ୍ ନିଜେ ଏହି ଫିଲ୍ମ ନିର୍ମାଣ କରିବେ ବୋଲି ଶୁଣାଯାଉଛି। ରିପୋଟର୍ ଅନୁସାରେ ଫିଲ୍ମରେ ଅଭିଷେକ ସିରିଏଲ୍ କିଲର ‘ବବ ବିଶ୍ୱାସ’ଙ୍କ ଭୂମିକାରେ ଅଭିନୟ କରିବେ । ଶାହରୁଖ୍ ଖାନ୍ ଏହାର ପ୍ରଯୋଜନା କରୁଛନ୍ତି।

{"id":212354,"sizeSlug":"large"}

ତେବେ ଫିଲ୍ମରେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ। କିଛି ବର୍ଷ ପାଇଁ ବଲିଉଡରୁ ଦୂରେଇ ଯାଇଥିବା ଚିତ୍ରାଙ୍ଗଦାଙ୍କୁ ପୁଣି ଥରେ ବଡ଼ ପରଦାକୁ ଫେରିଛନ୍ତି। ପ୍ରଥମ ଥର ପାଇଁ ଅଭିଷେକଙ୍କ ବିପକ୍ଷରେ ଅଭିନୟ କରିବେ ଚିତ୍ରାଙ୍ଗଦା।

{"id":212355,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚିତ୍ରାଙ୍ଗଦାଙ୍କୁ ଶେଷ ଥର ପାଇଁ ଗୌରବ ଚାଓ୍ୱଲାଙ୍କ ନିର୍ଦେଶିତ ଫିଲ୍ମ 'ବାଜାର'ରେ ଦେଖିବାକୁ ମିଳିଥିଲା ଏହି ଫିଲ୍ମରେ ତାଙ୍କ ବ୍ୟତୀତ ସୈଫ୍ ଅଲ୍ଲୀ ଖାନ୍ , ରୋହନ ବିନୋଦ ମେହରା ଏବଂ ରାଧିକା ଆପ୍ଟେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏହି ଫିଲ୍ମ ଅପେକ୍ଷାରେ ଅନେକ ଲୋକ ଅଛନ୍ତି। ପରଦାରେ ଏହି ନୂଆ ଯୋଡି ହିଟ୍‌ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.