ମୁମ୍ବାଇ ୨୮/୪: ଫିଲ୍ମମେକର ଫରାହ ଖାନ୍ କୁନ୍ଦର ସୋମବାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଅଭିଷେକ ବଚ୍ଚନଙ୍କୁ ଧନ୍ୟବାଦ କହିଥିଲେ। ସେ କହିଥିଲେ ଯେ ଅଭିଷେକ ନିଜ ପୋଷା କୁକୁରର ସ୍କେଚ୍ ବନାଇବା ବଦଳରେ ତାଙ୍କ ଝିଅ ଅନ୍ୟାଙ୍କୁ ୧ଲକ୍ଷ ଟଙ୍କା ଦେଇଛନ୍ତି। ଫରାହ ଲେଖିଛନ୍ତି ଯେ ଏପରି କିଏ କରନ୍ତି? ନିଜ ପୋଷ୍ଟ ସହ ସେ ଅଭିଷେକଙ୍କୁ ଆଲିଙ୍ଗନ କରୁଥିବା ଏବଂ କୁକୁରର ସ୍କେଚ୍ ଧରିଥିବା ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି।
wp:core-embed/instagram {"url":"https://www.instagram.com/p/B_e9SFog5F9/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagramନିଜ ପୋଷ୍ଟରେ ଫରାହ ଲେଖିଥିଲେ ଯେ,‘ଗୋଟିଏ ସ୍କେଚ୍ ପାଇଁ ୧ଲକ୍ଷ ଟଙ୍କା କିଏ ଦିଅନ୍ତି? କେବଳ ଅଭିଷେକ ବଚ୍ଚନ...ଯାହା ଫଳରେ ଅନ୍ୟାଙ୍କ ଦାନ ଟଙ୍କା ଦୁଇ ଗୁଣା ହୋଇଯାଇଛି। ଧନ୍ୟବାଦ ମୋର ପାଗଳ,ଦିଲଦାର ବନ୍ଧୁ। ତୁମ ପାଖରେ ବଡ଼ ହଗ୍ ଆସୁଛି,ଏବଂ ମୋତେ ଜଣା ତାହା ତୁମକୁ ପସନ୍ଦ ହେବ ନାହିଁ।’
wp:core-embed/instagram {"url":"https://www.instagram.com/p/B_ME8f-AEzH/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagramଫରାହଙ୍କ ୧୨ବର୍ଷ ବୟସର ଝିଅ ଅନ୍ୟା ଲକଡାଉନ୍ ସମୟରେ ରାସ୍ତାରେ ବୁଲୁଥିବା ପଶୁ ଏବଂ ଅସହାୟ ଲୋକଙ୍କ ଖାଦ୍ୟପେୟର ବ୍ୟବସ୍ଥା ପାଇଁ ସ୍କେଚ୍ କରି ଟଙ୍କା ଏକାଠି କରୁଛନ୍ତି। ଏଥିପାଇଁ ସେ ପ୍ରତି ସ୍କେଚ୍ ହଜାର ଟଙ୍କା ନେଉଛନ୍ତି ଏବଂ ଅଭିଷେକ ଏହି କାମ ପାଇଁ ତାଙ୍କୁ ୧ଲକ୍ଷ ଟଙ୍କା ଦେଇଛନ୍ତି।
{"id":261544,"sizeSlug":"large"}ସପ୍ତାହେ ତଳେ ସେୟାର କରିଥିବା ପୋଷ୍ଟ ଜରିଆରେ ଫରାହ କହିଥିଲେ ଯେ ଅନ୍ୟା ସ୍କେଚ୍ ବନାଇ ୧ଲକ୍ଷ ଟଙ୍କା ଜମା କରି ସାରିଛନ୍ତି। ସେ ଲେଖିଥିଲେ,‘ଅନ୍ୟା ୧ଲକ୍ଷ ଟଙ୍କା ଜମା କରିଛନ୍ତି। ସବୁ ଦିନ ସ୍କୁଲ୍ ଯିବା ପୂର୍ବରୁ,ଆସିବା ପରେ ଏବଂ ଛୁଟି ଦିନରେ ସେ ନିଜ ଦୃଢ଼ ଇଚ୍ଛାରେ ଦାନ ପାଇଁ ଟଙ୍କା ଏକାଠି କରିବା ଉଦ୍ଦେଶ୍ୟରେ ସ୍କେଚ୍ ବନାନ୍ତି। ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଦାନ କରିଛନ୍ତି। ସବୁ ଟଙ୍କା ବୁଲା ପଶୁଙ୍କୁ ଖୁଆଇବାରେ ଏବଂ ବସ୍ତିରେ ଖାଦ୍ୟ ପ୍ୟାକେଟ୍ ପଠାଇବାରେ ବ୍ୟବହାର କରାଯାଉଛି।