Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

କରୋନାକୁ ମାତ୍ ଦେଇ ଘରକୁ ଫେରିଲେ ଅଭିଷେକ ବଚ୍ଚନ : ସୋସିଆଲ୍ ମିଡିଆରେ ସେୟାର କଲେ ତାଙ୍କ କେୟାର ବୋର୍ଡ଼

8/08/2020 at 3:38 PM

ମୁମ୍ବାଇ ୮/୮: ୨୯ଦିନ ହସ୍ପିଟାଲରେ ବିତାଇବା ପରେ ଶେଷରେ ଅଭିଷେକ ବଚ୍ଚନ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଅଭିଷେକ ବଚ୍ଚନ ଜୁଲାଇ ୧୧ତାରିଖରେ କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ଟେ​‌ଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଏବଂ ସେ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଖୁସି ଖବରକୁ ଅଭିଷେକ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଅଭିଷେକ ନିଜ କେୟାର ବୋର୍ଡ଼ର ଫଟୋ ସେୟାର କରିଛନ୍ତି। ଏହି ବୋର୍ଡ଼ରେ ଲେଖା ହୋଇଛି ଯେ ସେ ଗତ ୨୯ଦିନରୁ ହସ୍ପିଟାଲର ଆଇସୋଲେସନ ଓ୍ବାର୍ଡ଼ରେ ଅଛନ୍ତି ଏବଂ ଏବେ ତାଙ୍କ ଡିସଚାର୍ଜ ପ୍ଲାନ୍ ପକ୍କା ହୋଇଯାଇଛି।

ଜୁଲାଇ ୧୧ତାରିଖରେ ଅଭିଷେକ ବଚ୍ଚନ ଏବଂ ଅମିତାଭ ବଚ୍ଚନ ସାମାନ୍ୟ ଜ୍ବର ଏବଂ ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍ ପହଞ୍ଚିଥିଲେ। ଉଭୟଙ୍କ କରୋନା ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ ଆସିଥିଲା। ସେହି ଦିନ ରାତିରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ବର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନଙ୍କ ମଧ୍ୟ କରୋନାର ଲକ୍ଷଣ ସାମନାକୁ ଆସିବାରୁ ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

   Related Posts