ଫିଲ୍ମ 'ବବ୍‌ ବିଶ୍ୱାସ'ର ଶୁଟିଂ ହେଲା ଆରମ୍ଭ…ଲମ୍ବା ସମୟ ପରେ କମ୍‌ବ୍ୟାକ୍‌ କଲେ ଅଭିଷେକ ଓ ଚିତ୍ରାଙ୍ଗଦା

Published By : Prameya-News7 Bureau | January 26, 2020 IST

ମୁମ୍ବାଇ୨୬|୬: ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ନିଜ ଫିଲ୍ମ ଲାଇଫ ସହ ବେଶ ଖୁସି ଅଛନ୍ତି। ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ନିଜର ଭିନ୍ନ ପରିଚୟ ତିଆରି କରିଛନ୍ତି। ଏବେ ଅନେକ ଦିନର ବ୍ରେକ୍‌ ପରେ ପୁଣି ଥରେ ପରଦାରକୁ କମ୍‌ବ୍ୟାକ୍‌ କରିଛନ୍ତି ଅଭିଷେକ।

{"id":216126,"width":634,"height":408,"sizeSlug":"large"}

ଶେଷ ଥର ପାଇଁ ଅଭିଷେକଙ୍କୁ ଫିଲ୍ମ ମନମର୍ଜିଆଁରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅମିତାଭ ଙ୍କ ସହ ଭିକି କୌଶଲ ଓ ତାପସି ନଜର ଆସିଥିଲେ। ତାପସୀଙ୍କ ସହ ଅଭିଷେକଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

{"id":216124,"width":580,"height":443,"sizeSlug":"large"}

କେବଳ ଅଭିଷେକ ନୁହେଁ ବରଂ ତାଙ୍କ ସହ ଶାହରୁଖ ଖାନ୍‌ ମଧ୍ୟ କାମ କରିବେ। ଶାହରୁଖ ପରଦା ପଛରେ ରହି ଫିଲ୍ମ ପାଇଁ କାମ କରିବେ। ପ୍ରଯୋଜନା ଭାବେ ଶାହରୁଖ ଏହି ଫିଲ୍ମରେ କାମ କରିବେ। ଫିଲ୍ମରେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ। କିଛି ବର୍ଷ ପାଇଁ ବଲିଉଡରୁ ଦୂରେଇ ଯାଇଥିବା ଚିତ୍ରାଙ୍ଗଦାଙ୍କୁ ପୁଣି ଥରେ ବଡ଼ ପରଦାକୁ ଫେରିଛନ୍ତି। ପ୍ରଥମ ଥର ପାଇଁ ଅଭିଷେକଙ୍କ ବିପକ୍ଷରେ ଅଭିନୟ କରିବେ ଚିତ୍ରାଙ୍ଗଦା।

{"id":216125,"sizeSlug":"large"}

ଅଭିଷେକ 'ବବ୍‌ ବିଶ୍ୱାସ'ରେ କାମ କରିବା ଆରମ୍ଭ କରିସାରିଛନ୍ତି। ଏହାର ଶୁଟିଂ କୋଲକାତାରେ ଚାଲୁଛି । ଅଭିଷେକ ନିଜେ ସୋସିଆଲ ମିଡିଆରେ ସେଟ୍‌ର ଫଟୋ ସେୟାର କରିଛନ୍ତି। ୨୦୧୨ ରିଲିଜ ହୋଇଥିବା 'କାହାନୀ' ଫିଲ୍ମର ଖଳନାୟକ ଭୂମିକାରେ ନଜର ଆସିଥିବା ବବ୍‌ଙ୍କ ଉପରେ କାହାଣୀ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ସୁଜୋୟ ଘୋଷ ଦେବେ। ତେବେ ଫିଲ୍ମଟି ବେଶ ଦମ୍‌ଦାର ହେବ ବୋଲି ଜଣା ପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.