ଭୁବନେଶ୍ବରରେ ଅଭିଷେକ ବଚ୍ଚନ: କବାଡି ଓ ଫୁଟବଲ ପରେ ହକିଟିମ ମାଲିକ ହେବା କଥା କରୁଛନ୍ତି ଚିନ୍ତା

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର୧୩|୪: ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଯୋଗ ଦେବା ପାଇଁ ଆଜି ଅଭିନେତା ଅଭିଷେକ ବଚ୍ଚନ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସୁପର କପରେ ଚେନ୍ନାଇଏନ ଏଫସି ଏବଂ ଗୋଆ ଏଫସି ମଧ୍ୟରେ ଫାଇନଲ ମ୍ୟାଚ ରାତି ୮ଟାରେ ଅନୁଷ୍ଠିତ ହେବ । ଅଭିଷେକ ବଚ୍ଚନ ହେଉଛନ୍ତି ଚେନ୍ନାଇଏନ ଏଫସିର ମାଲିକ ।

ଆଜିର ପାଇନାଲ ମ୍ୟାଚରେ ଚେନ୍ନାଇଏନ ଏଫସି ଭଲ ପ୍ରଦର୍ଶନ କରିବ ବୋଲି ଅଭିଷେକ ଭୁବନେଶ୍ବରରେ ପହଞ୍ଚିବାପରେ ସାମ୍ବାଦିକଙ୍କୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଫୁଟବଲ ସହ ଅଭିଷେକ ପୁନେ ପଲଟନ କବାଡି ଦଳର ମଧ୍ୟ ମାଲିକ ଅଛନ୍ତି ।

ଏବେ ସେ ବିଭିନ୍ନ ଖେଳରେ ଆଗ୍ରହ ରଖୁଛନ୍ତି । ତେଣୁ ହକି ଜାତୀୟ ଖେଳ ହୋଇଥିବାରୁ ଆଗାମୀ ଦିନରେ ଏକ ହକି ଟିମ ଗଢିବା କଥା ଚିନ୍ତା କରୁଛନ୍ତି ବୋଲି ଅଭିଷେକ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.