ଝିଅକୁ ନିର୍ଯ୍ୟାତନା ପ୍ରସଂଗ: ଶ୍ବେତା ତିୱାରୀଙ୍କ ଦ୍ବିତୀୟ ସ୍ବାମୀ ଅଭିନବ ପୂରା ମାମଲା ନେଇ କଲେ ଖୁଲାସା, ପ୍ରଥମ ସ୍ବାମୀ ରାଜା ଚୌଧରୀ କହିଲେ ଏମିତି କଥା…

Published By : Prameya-News7 Bureau | August 16, 2019 IST

ମୁମ୍ବାଇ୧୬|୮: ପ୍ରତିଷ୍ଠିତ ଟିଭି ଅଭିନେତ୍ରୀ ଶ୍ବେତା ତିୱାରୀ  ଓ ତାଙ୍କ ସ୍ବାମୀ ଅଭିନବ କୋହଲୀଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଏବେ ବେଶ ଚର୍ଚ୍ଚାରେ ଅଛି। ପାରିବାରିକ କଳହ ଥାନାରେ ପହଞ୍ଚିବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଶ୍ବେତା ନିଜ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ଆଧାରରେ ପୋଲିସ ଅଭିନବଙ୍କୁ ଗିରଫ କରିଥିଲା ହେଲେ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। ଏବେ ଅଭିନବ ଜେଲରୁ ବାହାରିସାରିଛନ୍ତି।

{"id":144857,"width":568,"height":332}

ଶ୍ବେତା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ନିଜ ଝିଅ ସହ ମାରପିଟ୍‌ କରୁଥିଲେ। ଶ୍ବେତାଙ୍କ ପରିବାର ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଛି। ତେବେ ଏନେଇ ଅଭିନବ ନିଜ ମନ୍ତବ୍ୟ ରଖିଛନ୍ତି। ଗତ କାଲି ଅଭିନବ ଏକ ସର୍ଟ ଫିଲ୍ମ ସ୍କ୍ରିନିଂକୁ ଯାଇଥିଲେ। ସେଠାରେ ମିଡିଆ ତାଙ୍କୁ ଏହି ମାମଲା ବିଷୟରେ ପଚାରିଥିବାରୁ ସେ ଅନେକ କଥା କହିଥିଲେ।

{"id":144858}

ଅଭିନବ ଠିକ୍‌ ଅଛନ୍ତି କିନାହିଁ ତାଙ୍କୁ ପଚାରିଥିବାରୁ ସେ ଉତ୍ତର ଦେଇଥିଲେ ଯେ, ଏହି ସବୁ ଜିନିଷରୁ ବାହାରିବା ପାଇଁ ସେ ଚେଷ୍ଟା କରୁଛନ୍ତି। ସେ ସାଧାରଣ ଜୀବନ ବଞ୍ଚୁଛନ୍ତି ସତ ହେଲେ କିଛି ବି ପ୍ରଥମ ଭଳି ଠିକ୍‌ ନାହିଁ । ସବୁକିଛି ଠିକ୍‌ ହେବା ପାଇଁ ସମୟ ଲାଗିବ। ଜେଲରୁ ବାହାରିବା ପରେ ଶ୍ବେତାଙ୍କୁ ଭେଟିଛନ୍ତି ନା ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଶୁଣି ସେ ଟିକେ ଭାଙ୍ଗିପଡିଲେ। ସେ କହିଥିଲେ ଯେ, ଜେଲରୁ ବାହାରିବା ପରେ ସେ ଶ୍ବେତାଙ୍କୁ ଭେଟିଥିଲେ ଓ ଏହି ମାମଲା ବିଷୟରେ ପରେ କଥା ହେବେ ବୋଲି କହିଲେ।

{"id":144859}

ସବୁଠୁ ଖାସ ବିଷୟ ଏହା ଯେ, ଏହି ମାମଲା ପରେ ଶ୍ବେତାଙ୍କ ପ୍ରଥମ ସ୍ବାମୀ ରାଜା ଚୌଧରୀ ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି। ରାଜା କହିଛନ୍ତି ଯେ, ଥରେ ସେ ନିଜ ଝିଅକୁ ଦେଖା କରିବା ପାଇଁ ଯାଇଥିଲେ। ସେତେବେଳେ ଶ୍ବେତା ବିଗ୍‌ବସରେ ଥିଲେ। ସେଥିପାଇଁ ପଲକ ନିଜ ଆଇଙ୍କ ପାଖରେ ରହୁଥିଲେ। ରାଜା ପଲକ୍‌କୁ ଦେଖା କରିବା ସମୟରେ ଅଭିନବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

{"id":144860}

ଅଭିନବଙ୍କ ବ୍ୟବହାର ସେବେଠୁ ରାଜାଙ୍କୁ ପସନ୍ଦ ନୁହଁ ବୋଲି ସେ କହିଛନ୍ତି।ଅଭିନବ ପଲକ୍‌ ସହ ତାଙ୍କ ମାଲିକ ଭଳି ବ୍ୟବହାର କରନ୍ତି ଓ ନିଜ ହିସାବରେ ଉଠବସ କରାନ୍ତି ବୋଲି ରାଜା କହିଛନ୍ତି। ରାଜା ଏହା ଦେଖି ବହୁତ ରାଗିଥିଲେ । ଏହି କାରଣ ଯୋଗୁଁ ରାଜା ଓ ଅଭିନବ ମଧ୍ୟରେ ମାରପିଟ୍‌ ହୋଇଥିଲା ଓ ମାମଲା ପୋଲିସ ଯାଏଁ ଯାଇଥିଲା।

{"id":144861}

ପୋଲିସ ଷ୍ଟେସନ ବାହାରେ ରାଜା ଅଭିନବଙ୍କୁ ଚାପୁଡା ମଧ୍ୟ ମାରିଥିଲେନିଜ ଝିଅ ସହ ଦୁର୍ବ୍ୟବହାର ହେଉଥିବା ଦେଖି କୌଣସି ବାପା ସହିପାରିବେ ନାହିଁ ବୋଲି ରାଜା କହିଥିଲେ। ହେଲେ ଶ୍ବେତା ବିଗବସରୁ ଆସିବା ପରେ ଅଭିନବ ତାଙ୍କୁ କିଛି ଅଲଗା କାହାଣୀ ଶୁଣାଇଥିଲେ। ଫଳରେ ମାମଲା ଥଣ୍ଡା ପଡିଯାଇଥିଲା ଓ ଶ୍ବେତା ତାଙ୍କୁ ହିଁ ଦୋଷି ବୋଲି ମାନିଥିଲେ ବୋଲି ରାଜା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.