Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସଲମାନ୍ ଖାନଙ୍କ ବିଙ୍ଗ୍ ହ୍ୟୁମନକୁ ମନି ଲଣ୍ଡ୍ରିଙ୍ଗ୍ ହବ୍ କହିଲେ ଅଭିନବ୍ କଶ୍ୟପ : ଏହା ସଲିମ୍ ଖାନଙ୍କ ଆଇଡ଼ିଆ, ଚ୍ୟାରିଟି ନାଁରେ ଚାଲିଛି କେବଳ ଶୋ’ବାଜି

20/06/2020 at 3:09 PM

ମୁମ୍ବାଇ ୨୦/୦୬ : ବଲିଉଡର ଭାଇଜାନ ସଲମାନ ଖାନଙ୍କ ସମ୍ପର୍କରେ ଦବଙ୍ଗ ନିର୍ଦେଶକ ଅଭିନବ କଶ୍ୟପ ଲଗାତାର ଶୋଷିଲା ମିଡ଼ିଆରେ ପୋଷ୍ଟ ସେୟାର କରୁଛନ୍ତି | ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଅଭିନବ କଶ୍ୟପ ଫେସବୁକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସଲମାନ ଖାନ, ସଲିମ ଖାନ, ସୋହେଲ ଖାନ ଓ ଅରବାଜ ଖାନ ମିଶି ସୁଶାନ୍ତ ସିଂହଙ୍କ କ୍ୟାରିଅର ଖରାପ କରିଦେଇଥିଲେ | ଅଭିନବ କଶ୍ୟପଙ୍କ ଏହି ପୋଷ୍ଟ ପରେ ସଲିମ ଖାନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ | ନିକଟରେ ଅଭିନବ କଶ୍ୟପ ସଲମାନ ଖାନଙ୍କୁ ନେଇ ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି | ଏଥିରେ ସେ ସଲମାନଙ୍କ ଚ୍ୟାରିଟି ଫାଉଣ୍ଡେସନ ‘ବିଙ୍ଗ୍ ହ୍ୟୁମନ୍’କୁ ମନି ଲଣ୍ଡ୍ରିଙ୍ଗ୍ ହବ୍ ବୋଲି କହିଛନ୍ତି |

ଅଭିନବ୍ କଶ୍ୟପ୍ ସଲମାନଙ୍କ ବିଙ୍ଗ୍ ହ୍ୟୁମନ ଫାଉଣ୍ଡେସନ୍ ସମ୍ପର୍କରେ ଲେଖିଛନ୍ତି ଯେ, ‘ ଜନାବ୍ ସଲିମ୍ ଖାନଙ୍କ ସବୁଠାରୁ ବଡ ଆଇଡ଼ିଆ ବିଙ୍ଗ୍ ହ୍ୟୁମନ୍ | ବିଙ୍ଗ୍ ହ୍ୟୁମନ୍ ଚ୍ୟାରିଟି କେବଳ ଏକ ଶୋ’ବାଜି | ଫିଲ୍ମ ଦବଙ୍ଗର ସୁଟିଂ ସମୟରେ ମୋ ଆଖି ସାମ୍ନାରେ ୫ଟି ସାଇକଲ ବଣ୍ଟାଯାଇଥିବା ମୁଁ ଦେଖିଚି | କିନ୍ତୁ ଆରଦିନ ଖବରକାଗଜରେ ପ୍ରକାଶ ପାଇଥାଏ ଦାନବୀର ସଲମାନ ଖାନ ଗରିବଙ୍କୁ ୫୦୦ ସାଇକଲ ବାଣ୍ଟିଛନ୍ତି | ସଲମାନଙ୍କ ଛବି ସୁଧାରିବା ପାଇଁ ଏହିସବୁ ପ୍ରୟାସ କରିଥିଲେ ଯେପରିକି ତାଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ କୋର୍ଟରେ ମିଡ଼ିଆ ଏବଂ ଜଜ ତାଙ୍କ ସପକ୍ଷରେ ବିଚାର କରିବେ | ବିଙ୍ଗ ହ୍ୟୁମାନ ୫୦୦ ଟଙ୍କାର ଜିନ୍ସ ୫ ହଜାର ଟଙ୍କାରେ ବିକ୍ରି କରୁଛି ଏବଂ ସାଧାରଣ ଜନତାଙ୍କ ଆଖିରେ ଧୂଳି ଦେଇ ତାଙ୍କ ଠାରୁ ଟଙ୍କା ହଡପ କରୁଛି |’ 

ଅଭିନବ କଶ୍ୟପ ନିଜ ପୋଷ୍ଟରେ ଆଗକୁ ଲେଖିଛନ୍ତି, ଚ୍ୟାରିଟି ନାଁରେ କେତେ ଉପାୟରେ ମନି ଲଣ୍ଡ୍ରିଙ୍ଗ୍ ହେଉଛି | କାହାକୁ କିଛି ଦେବା କିମ୍ବା ସାହାଯ୍ୟ କରିବା ଏମାନଙ୍କ ମନୋବୃତି ନୁହେଁ, କେବଳ ନେବାର ମନୋବୃତି ରଖିଛନ୍ତି | ବିଙ୍ଗ୍ ହ୍ୟୁମନର ମଧ୍ୟ ସରକାରୀ ଯାଞ୍ଚ ହେବା ଦରକାର | ମୁଁ ସରକାରଙ୍କୁ ପୁରା ସହଯୋଗ କରିବି |’

ଅଭିନବ କଶ୍ୟପଙ୍କ ପ୍ରଥମ ପୋଷ୍ଟରେ ସଲିମ ଖାନ ପ୍ରତିକ୍ରିୟା ରଖି କହିଥିଲେ ଯେ ତାଙ୍କୁ ଯାହା କହିବାର ଅଛି କୁହନ୍ତୁ, ତାଙ୍କ କମେଣ୍ଟରେ ପ୍ରତିକ୍ରିୟା ରଖି ସେ ସମୟ ନଷ୍ଟ କରିବେ ନାହିଁ ବୋଲି କହିଥିଲେ | ଅପରପକ୍ଷରେ ଅଭିନବ କଶ୍ୟପଙ୍କ ପୋଷ୍ଟ ଯୋଗୁଁ ଅରବାଜ ଖାନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ |

   Related Posts