Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଅଭିନନ୍ଦନଙ୍କ ନିଶରେ ଫିଦା ଦେଶବାସୀ: ସୋସିଆଲ ମିଡ଼ିଆରେ ପ୍ରଶଂସା, ଏବେ ‘ମୁଛେଁ ହୋ ତୋ ନଥ୍ଥୁଲାଲ ଜୀ ଜୈସେ’ ବଦଳି ଗଲା

2/03/2019 at 12:40 PM

ଦିଲ୍ଲୀ ୨/୩ : ହିନ୍ଧୀ ଫିଲ୍ମ ସରାବୀରେ ଅମିତାଭ ବଚ୍ଚନ ଏକ ଡାଇଲଗ ମୁଛେଁ ହୋ ତୋ ନଥୁଲାଲ ଜୈସେ ଗୋଟିଏ ସମୟରେ ବେଶ ଚହଳ ସୃଷ୍ଟି ସୃଷ୍ଟି କରିଥିଲା । ହେଲେ ଏବେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନିଶ ଉପରେ ଫିଦା ହୋଇଯାଇଛନ୍ତି ଲୋକେ | ତାଙ୍କୁ ବର୍ତ୍ତମାନ ଲୋକେ ସିଂହମ ବୋଲି ନାଁ ଦେଇଛନ୍ତି | ଫେସବୁକ, ଟ୍ୱିଟରରେ ଲୋକେ ଅଭିନନ୍ଦନଙ୍କ ନିଶର ବହୁତ ପ୍ରଶଂସା କରୁଛନ୍ତି | କେବଳ ପ୍ରଶଂସା ନୁହେଁ, କହୁଛନ୍ତି ନିଶ ରଖିବ ତ ଅଭିନନ୍ଦନଙ୍କ ଭଳି | କିଛି ଲୋକେ ତ ଏହାକୁ ଫ୍ୟାସନ ଟ୍ରେଣ୍ଡ କରି ସାରିଛନ୍ତି | ଏବେର ଯୁବ ପିଢ଼ି ପାଇଁ ନୂଆ ଡାଇଲଗ ହେଲା ” ନିଶ ହେବ ଯଦି ଅଭିନନ୍ଦନଙ୍କ ଭଳି”

ପାକିସ୍ତାନରେ ବନ୍ଦୀ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଗତକାଲି ରାତିରେ ନିଜ ଦେଶକୁ ଫେରିଛନ୍ତି | ବହୁତ ଆନନ୍ଦ ଉତ୍ସାହର ସହ ଲୋକେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି | ନେତା ଠୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ଟ୍ୱିଟ କରି ଅଭିନନ୍ଦନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | କିଛିଲୋକେ ଟ୍ୱିଟରରେ ଲେଖିଛନ୍ତି, ଭାରତର ସିଂହର ନିଶ ଦେଖି ପାକିସ୍ତାନ ଡରିଗଲା ଏବଂ ତାଙ୍କୁ ମୁକ୍ତ କରିଦେଲା |

ଅଭିନନ୍ଦନଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଅଭିନନ୍ଦନଙ୍କ ନିଶ ଭାରତର ସମ୍ମାନ ଏବଂ ଗର୍ବର ପରିଭାଷା | ବୀର ପୁତ୍ରଙ୍କୁ ସଲାମ ଜଣାଇଛନ୍ତି | ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ୱାଘା ବର୍ଡ଼ରରେ ବହୁତ ଭିଡ ଜମିଥିଲା |ଅଭିନନ୍ଦନଙ୍କ ନିଶ ପାଇଁ ତାଙ୍କ ସାଙ୍ଗସାଥି ତାଙ୍କୁ ବିରପ୍ପାନ ବୋଲି ମଧ୍ୟ ଡାକୁଥିଲେ |

   Related Posts