Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସେନା ହସପିଟାଲରେ ଅଭିନନ୍ଦନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ; ବାୟୁସେନା ଅଧିକାରୀଙ୍କ ଆଗରେ ବଖାଣିବେ ପାକ୍ ମାଟିରେ କଟାଇଥିବା ସମୟର ସତ

2/03/2019 at 12:07 PM

ନୂଆଦିଲ୍ଲୀ ୨|୩ : ୫୦ଘଣ୍ଟାରୁ ଅଧିକ ସମୟ ପାକ୍ ସୀମାରେ ରହି ଦେଶକୁ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଭାରତକୁ  ଅଭିନନ୍ଦନ ଫେରି ଆସିବା ପରେ ସମସ୍ତେ ଖୁସି ଅଛନ୍ତି । ତେବେ ଏତିକି ସମୟ ପାକ୍ ମାଟିରେ କେମିତି ବିତିଥିଲା । ଅଭିନନ୍ଦନଙ୍କ ମୁହଁରେ କୁହା ଯାଇଥିବା କଥାର କେତେ ସତ୍ୟତା ଅଛି ତାହା ଏବେ ସନ୍ଦେହ ଘେରରେ । ଅଭିନନ୍ଦନ ନିଜ ଇଚ୍ଛାରେ ଏସବୁ କହିଛନ୍ତି ନା ନାହିଁ ତାହାକୁ ନେଇ ସନ୍ଦେହ ରହିଛି । ଏହା ପଛରେ ଯେ ପାକିସ୍ତାନର ହରକତ ନଥିବ ତାହା କୁହା ଯାଇପାରିବ ନାହିଁ । ଭୟରେ ସେ ଏସବୁ କହି ନାହାନ୍ତି ତ । ଭୟରେ ବା କୌଣସି ନିଶା ଇଞ୍ଜେକସନ୍ ଦିଆଯାଇ ଏପରି କୁହାଯାଇନି ତ ।

ଆଜି ଦିଲ୍ଲୀର ସେନା ହସପିଟାଲରେ ଅଭିନନ୍ଦନଙ୍କର ଡାକ୍ତରୀ ପରୀକ୍ଷା ହେବ । ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲ, କୌଣସି ନିଶା ଦିଆଯାଇଥିଲା କି ତାହା ପରୀକ୍ଷା ହେବ । ଏହା ସହ ଶତ୍ରୁ ଶିବିର ତାଙ୍କ ଶରୀରରେ କାଳେ କୌଣସି ଚିପ୍ ବା ବଗ୍ ଖଞ୍ଜିଥିବା ତାହା ଯାଞ୍ଚ ହେବ । ଏହାସହ ଅଭିନନ୍ଦନଙ୍କ ସାଇକୋଲୋଜି ଟେଷ୍ଟ ମଧ୍ୟ  କରାଯାଇପାରେ । ଶତ୍ରୁ ଶିବିରରେ ଥିବାବେଳେ ତାଙ୍କ ମନସ୍ତାତ୍ବିକ ସ୍ଥିତି କିପରି ଥିଲା ତାହା ପରୀକ୍ଷା କରାଯିବ ।

ଏହାପରେ ବାୟୁସେନା ମୁଖ୍ୟାଳୟରେ ତାଙ୍କ ବୟାନ ରେକର୍ଡ କରାଯିବ । ପାକିସ୍ତାନ ସୀମାରେ କେଉଁଭଳି ସ୍ଥିତିରେ ପଶିଲେ, କେମିତି ଧରା ପଡିଲେ ଏବଂ ସେଠାରେ ଥିବା ବେଳେ ତାଙ୍କର ସ୍ଥିତି କିପରି ଥିଲା, ଶତ୍ରୁ ହାତରେ କିଛି ଡକୁମେଣ୍ଟସ୍ ପଡିଛି କି ସେନେଇ ତାଙ୍କ ବୟାନ ରେକର୍ଡ କରାଯିବ । ବାୟୁସେନା ଅଧିକାରୀଙ୍କୁ ଅଭିନନ୍ଦନ ସବୁ କଥା କହିବେ ।

   Related Posts