ଆସନ୍ତାକାଲି ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି କହିଲେ ଇମ୍ରାନ

Published By : Prameya-News7 Bureau | February 28, 2019 IST

ଦିଲ୍ଲୀ ୨୮/୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ସଂସଦରେ ଘୋଷଣା କରିଛନ୍ତି ଯେ, ସେ ଶାନ୍ତି ଚାହୁଁଛନ୍ତି | ସେଥିପାଇଁ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ | ଆଜି ପାକିସ୍ତାନ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ | ସେ କହିଥିଲେ ଯେ, ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାହୁଁନାହାନ୍ତି | ସେଥିପାଇଁ ସେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚାହନ କରିବାକୁ ଚେଷ୍ଟା କରିଥିଲେ | କିନ୍ତୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଯେଉଁ ଚେଷ୍ଟା ଇମ୍ରାନ କରୁଛନ୍ତି ତାକୁ ଭାରତ ପାକିସ୍ତାନର ଦୁର୍ବଳତା ବୋଲି ନ ଭାବୁ |
ସୂଚନାଯୋଗ୍ୟ ଯେ, ଗତକାଲି ବୁଧବାର ଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ଗିରଫ କରିଥିଲା |

ପାକିସ୍ତାନରେ ବନ୍ଦୀଥିବା ମିଗ୍‌ -୨୧ ଯୁଦ୍ଧ ବିମାନର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନକୁ କାଲି ମୁକ୍ତି କରିବ ପାକିସ୍ତାନ । ଏନେଇ ଭାରତ ପକ୍ଷରୁ ପାକିସ୍ତାନ ଉପରେ ଯୋରଦାର ଚାପ ପଡିଛି  ।  ବିନା କୌଣସି ସର୍ତ୍ତରେ ଅଭିନନ୍ଦନକୁ ପାକିସ୍ତାନ ମୁକ୍ତି କରିବାକୁ ଭାରତ ଦାବି କରିଛି ।  ଅଭିନନ୍ଦନଙ୍କ ମୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ମାଧ୍ୟମରେ  ଦାବି ଜଣାଇଛନ୍ତି । ସାରା ଦେଶରେ ତାଙ୍କ ମୁକ୍ତିପାଇଁ ପୂଜାର୍ଚ୍ଚନା ଚାଲିଛି ……

ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ କାଲି ଛାଡିବ ପାକିସ୍ତାନ । ଭାରତର କଡା ଚେତାବାନୀ ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି । ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ଥାନ ଏଭଳି ନିଷ୍ପତ୍ତି ନେଇଛି । ତେବେ ନିସର୍ତ୍ତରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଭାରତ ଦାବି କରିଛି । ସାରା ଦେଶର ମଧ୍ୟ ଅଭିନନ୍ଦନଙ୍କ ମୁକ୍ତି ଦାବିରେ ପୂଜାର୍ଚ୍ଚନା କରିଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀ  ନୀବନ ପଟ୍ଟନାୟକ ଟ୍ବିଟ୍‌ ମାଧ୍ୟମରେ ଅଭିନନ୍ଦନଙ୍କ ମୁକ୍ତି ଦାବି କରିଥିଲେ । ଭାରତ ସମେତ ବିଶ୍ବ ସମୁଦାୟର ଚାପ ବଢିବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ବାଇଟ-

ୱିଙ୍ଗ କମାଣ୍ଡରଙ୍କ ଉପରେ ହିସାଂତ୍ମକ କାର୍ଯ୍ୟକଳାପ ପାକିସ୍ତାନ ନେଇଥିବା ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରଦର୍ଶିତ ହୋଇଥିଲା  ।  ଏଭଳି ଖବରକୁ ନେଇ ଭାରତରେ ତୀବ୍ର ବିରୋଧ ପ୍ରକାଶ ପାଇଥିଲା । ଏହା ଜେନେଭା କନଭେନସନ୍ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଥିଲେ  

ଗତକାଲି ମିଗ୍‌-୨୧ ଯୁଦ୍ଧ ବିମାନକୁ ଆକ୍ରମଣ କରି ପାକିସ୍ତାନ ତାର ସୀମାରେ ଖସାଇବା ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ  ପାରାଚୁଟ୍‌ ମାଧ୍ୟମରେ ପାକିସ୍ତାନର ଏକ ଗାଁରେ  ସୁରକ୍ଷିତ ଓହ୍ଲାଇଥିଲେ । ତେବେ ଗ୍ରାମବାସୀ ମାନେ ତାଙ୍କୁ ପ୍ରବଳ ମାଡ ମାରିବା ସହ ପାକିସ୍ତାନ ସେନା ହାତରେ ହସ୍ତାନ୍ତର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.