Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଚାଲିଲା ନୂଆ ଟ୍ରେଣ୍ଡ “ଅଭିନନ୍ଦନ କଟ” : ମାଗଣାରେ ହେଲା ୬୫୦ ଜଣଙ୍କର କଟିଙ୍ଗ

5/03/2019 at 10:13 AM

ବାଙ୍ଗାଲୁରୁ ୫/୩ : ବାଙ୍ଗାଲୁରୁ ସେଲୁନ ଚଳାଉଥିବା ଜଣେ ଯୁବକ ନିଜ ସେଲୁନରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଷ୍ଟାଇଲରେ ୬୫୦ ଜଣଙ୍କ ନିଶ କାଟିଛନ୍ତି | ଏହାସହ ଅଭିନନ୍ଦନଙ୍କ ଭଳି ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି | ସେ ପୁଣି ମାଗଣାରେ | ମହାରାଷ୍ଟ୍ରର କୋଲ୍ହାପୁରରେ ମଧ୍ୟ ଜଣେ ସେଲୁନ ଯୁବକ ମାଗଣାରେ ଅଭିନନ୍ଦନଙ୍କ ଷ୍ଟାଇଲରେ ନିଶ ଏବଂ ଚୁଟି କାଟିଛନ୍ତି |


ବାଙ୍ଗାଲୁରୁର ନାନେସ ହେୟାର ସେଲୁନ ଏଣ୍ଡ ସ୍ପା ସେଣ୍ଟରର ହେୟାର ଡିଜାଇନର ଲୋକଙ୍କ ଏହିଭଳି ଚୁଟି କାଟିଛନ୍ତି | ଅଭିନନ୍ଦନଙ୍କ ଲୋକପ୍ରିୟତାକୁ ଦେଖି ସେ ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଦିନ ପାଇଁ ଅଭିନନ୍ଦନଙ୍କ ଷ୍ଟାଇଲର ଚୁଟି ଏବଂ ନିଶ ସେ ମାଗଣାରେ କାଟିବେ |

ଏଭଳି କରି ସେନାର କାର୍ଯ୍ୟ ଏବଂ ସେବା ବିଷୟରେ ଲୋକଙ୍କୁ ଜଣାଇବାକୁ ସେ ପ୍ରେରଣା ଯୋଗାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |


ଅପରପକ୍ଷରେ କୋଲ୍ହାପୁରର ରାଜରାମପୁରୀ ଅଂଚଳରେ ଜଣେ ସେଲୁନ ଅଭିନନ୍ଦନଙ୍କ ଷ୍ଟାଇଲରେ ଚୁଟି ଏବଂ ନିଶ କାଟିବା ପାଇଁ ଇଛା କରୁଥିବା ଲୋକଙ୍କ ପାଇଁ ମାଗଣା ସେବା ଯୋଗେଇ ଦେଇଛନ୍ତି | ଅଭିନନ୍ଦନ ଏବେ ଦେଶ ପାଇଁ ହିରୋ ସାଜିଛନ୍ତି |

ମିଗ-୨୧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରି ପାକିସ୍ତାନରେ ୨ ଦିନ ବନ୍ଦୀ ରହିବ ପରେ ମୁକ୍ତ ହୋଇ ନିଜ ଦେଶକୁ ଫେରିଛନ୍ତି ଭାରତର ସିଂହମ | କୋଲ୍ହାପୁରର ଧନଞ୍ଜୟ ଭାଲେକର ସେଲୁନ ବାହାରେ ଏକ ବୋର୍ଡ ଲଗାଇ ଅଫର ସମ୍ପର୍କରେ ଲୋକଙ୍କୁ ଜଣାଇଛନ୍ତି | କୋଲ୍ହାପୁରର ଅନେକ ଯୁବକ ଅଭିନନ୍ଦନଙ୍କ ଭଳି ଚୁଟି ଏବଂ ନିଶ କାଟିଛନ୍ତି |

   Related Posts